Only for Entertainment

ଭାରତ ଫିଲ୍ମର ତୃତୀୟ ପୋଷ୍ଟର ରିଲିଜ , ସଲମାନଙ୍କ ସହ ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ତାଙ୍କ ‘ମ୍ୟାଡମ’ !

33

ବଲିଉଡ ଅଭିନେତା ସଲମାନ ଖାନ ଏବଂ କ୍ୟାଟରୀନା କୈଫ ଫିଲ୍ମ ‘ଭାରତ’ରେ ନିଜ ନୂଆ ଲୁକ ଶେୟାର କରିଛନ୍ତି । ପୋଷ୍ଟରରେ ଆପଣ ଦୁହିଁଙ୍କ ଲୁକ ଦେଖି ଚକିତ ହୋଇଯିବେ । ଲାଟେଷ୍ଟ ଫଟୋ ଦେଖି ଲାଗୁଛି ସଲମାନ ଏଥର ଇଦରେ ଚାରଚାନ୍ଦ ଲଗାଇବାକୁ ଆସିବେ ।

ଏହି ପୋଷ୍ଟର କ୍ୟାଟ ଏବଂ ସଲମାନ ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି – ଆଉ ପୁଣିଥରେ ମୋ ଜୀବନରେ ଆସିଲେ ମ୍ୟାଡମ ସାର’ ! ଭାରତର ନୂଆ ଲୁକରେ ସଲମାନ ଖାନଙ୍କ ସହ କ୍ୟାଟରୀନାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଦୁଇ କଳାକାର ନିଜ ସୋସିଆଲ ମିଡିଆରେ କ୍ୟାପଶନ ସହ ପୋଷ୍ଟର ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ଏହା ଖୁବ ପସନ୍ଦ ଆସିଛି । ପୋଷ୍ଟର ଖୁବ ମଜାଦାର ରହିଛି ।

ଏହାପୂର୍ବରୁ ସଲମାନଙ୍କ ଙ୍କ ଦୁଇ ଦୁଇଟି ପୋଷ୍ଟର ସାମ୍ନାକୁ ଆସି ସାରିଲାଣି । ଯେଉଁଥିରେ ତାଙ୍କ ବୃଦ୍ଧାବସ୍ଥା ଏବଂ ୨୦ବର୍ଷ ବୟସର ଯୁବାବସ୍ଥା ଲୁକ ଦେଖିବାକୁ ମିଳିଛି । ସୂତ୍ର ମୁତାବକ ଭାରତରେ ସଲମାନଙ୍କର ପାଖା ପାଖି ୬ଟି ଲୁକ ନଜର ଆସିବ । ଶୁଣିବାକୁ ମିଳିଛି ଯେ ଫିଲ୍ମ ରିଲିଜ ପୂର୍ବରୁ ଲୁକ୍ସର ଗୋଟେ ଗୋଟେ ଫଟୋ ସାମ୍ନାକୁ ଆସିବ ।

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଦେଶର ସ୍ୱାଧିନତା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସମୟର କାହଣୀ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ, ନୋରା ଫତେହୀ, ଦିଶା ପଟାନୀ, ସୁନିଲ ଗ୍ରୋଭର,ତବୁଙ୍କ ପରି କଳାକାର ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଅବାସ ଜଫର ଦେଇଥିବା ବେଳେ ଫିଲ୍ମର ଟ୍ରେଲର ୨୪ ଏପ୍ରିଲରେ ରିଲିଜ ହେବ ବୋଲି ଖବର ଆସିଛି । ଏହା ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ପରଦାରେ ଜୁନ ୫ ଅର୍ଥାତ ଇଦ ପର୍ବରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More