Only for Entertainment

ହିନ୍ଦୁ ସମାଜର ଭାବନାକୁ ଆଘାତ ଦେଲା ସଲମାନ ଖାନଙ୍କ ‘ଦବଙ୍ଗ ୩’! ହିନ୍ଦୁ ଜନ ଜାଗୃତି ସମିତି ଫିଲ୍ମକୁ ବ୍ୟାନ କରିବା ପାଇଁ କଲେ ଦାବି

latestly
63

ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ ୩’ ଏକ ନୂଆ ବିବାଦରେ ଫସିବାରେ ଲାଗିଛି । ହିନ୍ଦୁ ଜନ ଜାଗୃତି ସମିତି ଫିଲ୍ମ ଉପରେ ଆରୋପ ଲଗାଇଛନ୍ତି । ଆରୋପ ଲଗାଇ କହିଛନ୍ତି ଏହି ଫିଲ୍ମ ଗୀତର କିଛି ସିନ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ସେଥିପାଇଁ ଫିଲ୍ମକୁ ସେନ୍ସର ପ୍ରମାଣ ନଦେବା ପାଇଁ ସମିତି ଦାବି କରିଛି ।

ସମିତିର କହିବା ଅନୁସାରେ ଫିଲ୍ମ ଟାଇଟଲ ସଙ୍ଗ ‘ହୁଡ ହୁଡ ଦବଙ୍ଗ’ରେ ସଲମାନ ସାଧୁ ସନ୍ଥଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଛି । ଏହି ଭଳି ଦୃଶ୍ୟ ସୁଟ କରି ମେକର୍ସ ତାଙ୍କର ଅପମାନ କରିଛନ୍ତି ବୋଲି ହିନ୍ଦୁ ଜନ ଜାଗୃତି ସମିତି କହିଛନ୍ତି ।

ଟାଇମ୍ସ ନାଓ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଏବଂ ଝାରଖଣ୍ଡରେ ହିନ୍ଦୁ ଜନ ଜାଗୃତି ସମିତିର ଆୟୋଜକ ସୁନୀଲ ଘନବଟ ଫିଲ୍ମ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘ଫିଲ୍ମର ଗୀତରେ ସଲମାନ ସାଧୁମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ହିନ୍ଦୁ ଭାବନାକୁ ଆଘାତ ଦେଇଛି । ଯେଉଁ ଭଳି ସଲମାନ ସାଧୁ ସନ୍ଥଙ୍କ ସହିତ ନାଚୁଥିବା ନଜର ଆସିଛନ୍ତି ସେହିପରି ସେ ମୁଲ୍ଲା-ମୌଲବୀ ଏବଂ କୌଣସି ପାଦରୀଙ୍କୁ ନ ଚାଇ ପାରିବେ କି ?’

କହିରଖୁଛୁ ଯେ, ଗୀତର ଭିଡିଓରେ ସଲମାନ ଖାନ ନଦୀ କୂଳରେ ଶିବ, ବିଷ୍ଣୁ ଏବଂ ବ୍ରହ୍ମାଙ୍କ ରୂପରେ ସଜ୍ଜିତ ଲୋକେଙ୍କ ସହିତ ନାଚୁଥିବା ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ସଲମାନଙ୍କ ଦବଙ୍ଗ ୩ ବିବାହରେ ଫସୁଥିବାର ନଜର ଆସିଛି । ଫିଲ୍ମରେ ସଲମାନ ଖାନଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା, ସଇ ମାଞ୍ଜରେକର, ଅରବାଜ ଖାନ, ସୁଦୀପ କିଚ୍ଚା ଆଦି ଲିଡ ରୋଲରେ ନଜର ଆସିବେ । ପ୍ରଭୂଦେବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More