Only for Entertainment

ରିଲିଜ ହେଲା ଫିଲ୍ମ ‘ଦବଙ୍ଗ ୩’ର ନୂଆ ଗୀତ ‘ୟୁଁ କରକେ’, ପୁଣିଥରେ ଶୁଣିବାକୁ ମିଳିଲା ସଲମାନ ଖାନଙ୍କ ଭଏସ

‘ଦବଙ୍ଗ ଥ୍ରୀ’କୁ ନେଇ ଫ୍ୟାନଙ୍କ ମଧ୍ୟରେ ଯେତିକି ଉତ୍ସାହ ରହିଛି ସେତିକି ଅପେକ୍ଷା କରିଛନ୍ତି ସଲମାନଙ୍କ ଫ୍ୟାନ । ଆସନ୍ତାମାସରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏବେ ଆସିଛି ଫିଲ୍ମର ପ୍ରଥମ ରୋମାଟିଂକ ଗୀତ । ଗୀତର ଟାଇଟେଲ ‘ୟୁଁ କରକେ’ ରହିଛି । ଗୀତରେ ସଲମାନ ଓ ସୋନାକ୍ଷୀଙ୍କ ଅଭିନୟ ଦେଖିବାକୁ ମିଳିଛି । ଷ୍ଟାର ଯୋଡିଙ୍କ ଜବରଦସ୍ତ ଡ୍ୟାନ୍ସ ଷ୍ଟେପ ଦେଖିବାକୁ ମିଳିଛି । ତେବେ ଗୀତର ଖାସ କଥା ହେଉଛି ଏହାକୁ ନିଜେ ଗାଇଛନ୍ତି ସଲମାନ । ଏଥିସହ ପାୟଲ ଦେବଙ୍କ ଆୱାଜ ରହିଛି ।

ୟୁଁ କରକେ ରୋମାଂଟିକ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସାଜିଦ ୱାଜିଦ । ଗୀତ ରିଲିଜ ପୂର୍ବରୁ ଏହାର ଟିଜରକୁ ନିଜ ନିଜ ଇନଷ୍ଟାଗ୍ରାମରେ ପେଜରେ ସେୟାର କରିଥିଲେ ଉଭୟ ସଲମାନ ଓ ସୋନାକ୍ଷୀ । ଗତ ସପ୍ତାହରେ ରିଲିଜ ହୋଇଥିବା ଅଡିଓକୁ ଶ୍ରୋତା ବେଶ ପସନ୍ଦ କରିବା ସହ ଏହା ହିଟ ଲିଷ୍ଟରେ ସାମିଲ ହୋଇଥିଲା । ଦବଙ୍ଗର ୨ୟ ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଦବଙ୍ଗ ଥ୍ରୀ । ପ୍ରଭୁଦେବା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ, ସୋନାକ୍ଷୀ, ଅରବାଜ ଖାନ, ସୁଦିପଙ୍କ ସହ ନୂଆ ଚେହେରା ସାଇ ମଂଜେରେକରଙ୍କ ଅଭିନୟ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More