Only for Entertainment

ବିଗ୍ ବସ୍ ସହିତ ସଲମାନ ପୂରା କଲେ ୧୦ ବର୍ଷ, ଶୋ’ର ଭଲପାଇବା ଦେଖି କାନ୍ଦି ପକାଇଲେ ଭାଇଜାନ

latestly
32

କଲର୍ସ ଟିଭିର ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ ବସ’ ସହିତ ସଲମାନଙ୍କ ସମ୍ପର୍କ ଖୁବ ପୁରୁଣା ଅଟେ । ଏହି ଶୋ’କୁ ସଲମାନ ଗତ ୧୦ ବର୍ଷ ହେବ ହୋଷ୍ଟ କରି ଆସୁଛନ୍ତି । ଶୋ’ର ପ୍ରତ୍ୟେକ ସିଜିନରେ ଦର୍ଶକ ସଲମାନଙ୍କ ସହିତ ମନୋରଂଜକ ଏବଂ ବିବାଦିତ ପ୍ରତିଯୋଗୀଙ୍କୁ ଦେଖିଛନ୍ତି । ବିଗ ବସରେ ସଲମାନଙ୍କ ୧୦ ବର୍ଷ ପୂର୍ତ୍ତି ଅବସରରେ କଲର୍ସ ଟିଭି ଏବଂ ବିଗ ବସ ମିଳିତ ଭାବେ ତାଙ୍କୁ ଏକ ସ୍ପେଶାଲ ଟ୍ରିବ୍ୟୁଟ ଦେଇଛନ୍ତି ।

ବିଗ ବସର ଅଫିସିଆଲ ଫେସବୁକ ପେଜରେ ଶୋ’ର ଆଗାମୀ ଏପିସୋଡର ଏକ ପ୍ରମୋ ପୋଷ୍ଟ କରାଯାଇଛି । ଏହି ପ୍ରମୋ ଭିଡିଓରେ ସଲମାନୁଙ୍କ ପ୍ରତି ଥିବା ପ୍ରେମ ଏବଂ ଭଲ ପାଇବାକୁ ଦର୍ଶାଯାଇଛି । ସଲମାନ ମଧ୍ୟ ଏହାକୁ ଦେଖି ଖୁବ ଭାବୁକ ହୋଇଥିବା ଦେଖିବାକୁ ମିଳିଛି । ଲୁହକୁ ରୋକି ନ ପାରି ସଲମାନ ଖୁବ ଇମୋସନାଲ ହୋଇପଡିଥିବା ନଜର ଆସିଛନ୍ତି ।

ସଲମାନଙ୍କ ପାଇଁ ଶୋ’ ଯେଉଁ ନୂଆ ସ୍ତର ହାସିଲ କରିଛି ତାହାକୁ କେହି ଏଡାଇ ପାରିବେ ନାହିଁ । ଶୋ’ରେ ପ୍ରତିଯୋଗୀଙ୍କ ଭୁଲ ପାଇଁ ସଲମାନ ତାଙ୍କ କ୍ଲାସ ମଧ୍ୟ ନେଇଛନ୍ତି ଏବଂ ଭଲ କଲେ ପ୍ରଶଂସା ମଧ୍ୟ କରିଛନ୍ତି । ସଲମାନ କେବଳ ୱିକେଣ୍ଡ କା ବାରରେ ହିଁ ନଜର ଆସିଥାନ୍ତି ମାତ୍ର ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More