Only for Entertainment

‘ଏକ ଦୋ ତିନ’ରେ ଜ୍ୟାକଲିନଙ୍କ ପ୍ରଶଂସା କରି ଟ୍ରୋଲ ହେଲେ ଭାଇଜାନ, ସରୋଜ ଖାନ କଲେ ନିନ୍ଦା

DNA India
0 100

ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗୀ-୨’ରେ ମାଧୁରୀ ଦୀକ୍ଷିତଙ୍କ ‘ଏକ ଦୋ ତିନ’ ର ରିମେକ କରାଯାଇଛି । ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଡିଜ ଏହି ଗୀତରେ ଡ୍ୟାନ୍ସ କରି ମାଧୁରୀଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି । କିନ୍ତୁ ଦର୍ଶକଙ୍କୁ ଏହି ଭର୍ସନ ପସନ୍ଦ ଆସିନାହିଁ । କେବଳ ଏତିକି ନୁହେଁ ଜ୍ୟାକଲିନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି । ଏହା ସହିତ ଫିଲ୍ମ ‘ତେଜାବ’ର ନିର୍ଦ୍ଦେଶକ ଏନ ଚନ୍ଦ୍ରା ଏବଂ କୋରିଓଗ୍ରାଫର ସରୋଜ ଖାନ ଏହି ଆଇଟମ ନମ୍ବରକୁ ନିନ୍ଦା କରିବା ସହିତ ଏହା ଉପରେ କେସ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ଏନ ଚନ୍ଦ୍ରା କହିଛନ୍ତି ଯେ, ମୋତେ ସୂଚନା ମିଳିନଥିଲା ମୋ ଫିଲ୍ମ ‘ତେଜାବ’ର ହିଟ ଗୀତ ‘ଏକ ଦୋ ତିନ’ର ରିମେକ କରାଯାଇଛି । ସରୋଜ ଖାନ ମୋତେ ଏହି ରିମେକ ଗୀତର ସୂଚନା ଦେଇଥିଲେ । ସେ କହିଥିଲେ ଯେ ‘ସରୋଜ ଖାନ ମୋ ପାଖକୁ ଆସିଥିଲେ ଏବଂ କହିଲେ ଦେଖ ସେମାନେ ଆମ ‘ଏକ ଦୋ ତିନ’ ଗୀତ ସହିତ କ’ଣ କରିଛନ୍ତି । ’

ଏହାପରେ ସଲମାନ ଖାନ ଜ୍ୟାକଲିନଙ୍କ ସପକ୍ଷରେ ବାହାରିଥିଲେ । ସଲମାନ ଟୁଇଟ କରି କହିଥିଲେ ଯେ, ‘ମୋତେ ଏହି ଗୀତ ପସନ୍ଦ ଆସିଛି ଏବଂ ଜ୍ୟାକଲିନ ଏହା ସହିତ ପୁରା ନ୍ୟାୟ କରିଛନ୍ତି । ସରୋଜ ଖାନଙ୍କ ଦମଦାର କୋରିଓଗ୍ରାଫି ଏବଂ ମାଧୁରୀଙ୍କ ଡ୍ୟାନ୍ସକୁ ମ୍ୟାଚ କରିବା ଖୁବ କଠିନ । ଜ୍ୟାକଲିନ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ’ ଏହା ପରେ ଲୋକେ ସଲମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଫିଲ୍ମ ‘ବାଗୀ-୨’ର ନିର୍ଦ୍ଦେଶନା ଅହମ୍ମହ ଖାନ ଦେଇଥିବା ବେଳେ ଫିଲ୍ମଟି ୩୦ ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More