Only for Entertainment

ବାଜପେୟୀଙ୍କ ନିଧନର ୬ ଦିନ ପରେ ଟ୍ୱିଟ କରି ସଲମାନ ପ୍ରକାଶ କଲେ ଦୁଃଖ, ଫ୍ୟାନ୍ସ କହିଲେ ‘ଟାଇଗର ଶୋ ରହା ଥା’ ।

zee news
0 21

ସଲମାନ ଖାନ ଏବେ ମାଲ୍ଟାରେ ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଟିମ ସହିତ ଯୋଗ ଦେବା ପାଇଁ କ୍ୟାଟ୍ରିନା ମଧ୍ୟ ମାଲ୍ଟାରେ ପହଁଚିଛନ୍ତି । ଇତି ମଧ୍ୟରେ ସଲମାନ ଖାନ ତାଙ୍କ ମା’ଙ୍କ ସହିତ ଅନେକ ଭିଡିଓ ସେୟାର କରିଛନ୍ତି । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ସଲମାନ ଖାନ ଏକ ଟ୍ୱିଟ କରିଛନ୍ତି ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରେଲ ହୋଇଛନ୍ତି । କଥାଟି ହେଉଛି ସଲମାନ ଖାନ ଟ୍ୱିଟ କରି ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି ।


ସଲମାନ ଖାନ ଟ୍ୱିଟ କରି ଲେଖିଥିଲେ, ‘ଅଟଳ ଜୀଙ୍କ ପରି ବକ୍ତା, ରାଜନେତା, ମହାନ ନେତା ଏବଂ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ଖୁବ ଦୁଃଖ ଲାଗୁଛି’ । ସଲମାନ ଖାନଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କ ଉପରେ ବର୍ଷିଛନ୍ତି । ଅନେକ ୟୁଜର୍ସ କହିଛନ୍ତି ଆପଣ ଏତେ ଦିନ ହେଲା କେଉଁଠି ଶୋଇଥିଲେ । କିଏ କିଏ ତେ କହିଛନ୍ତି ‘ଟାଇଗର ଶୋ ରାହା ଥା’ ।

କହିରଖୁଛୁ ଯେ ଅଟଳ ବିହାରୀ ବାଜୟେପୀଙ୍କ ନିଧନ ୧୬ ଅଗଷ୍ଟରେ ହୋଇଥିଲା ଏବଂ ଆଜି ୨୨ ଅଗଷ୍ଟ । ସଲମାନ ଏତେ ବିଳମ୍ବରେ ଶୋକ ପ୍ରକାଶ କରିବା ଲୋକଙ୍କୁ ପସନ୍ଦ ଆସିନାହିଁ ।

ଏହା ପ୍ରଥମଥର ନୁହେଁ ଯେ ସଲମାନ ନିଜର ଭାବନାକୁ ବିଳମ୍ବରେ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସେ ଅଭିନେତ୍ରୀ ରିମା ଲାଗୁଙ୍କ ନିଧନରେ ମଧ୍ୟ ଶୋକ ପ୍ରକାଶ କରିନଥିଲେ ଯାହାକୁ ନେଇ ଫ୍ୟାନ୍ସ ତାରଙ୍କୁ ଖୁବ ଶୁଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More