Only for Entertainment

ପୁଣିଥରେ ପରଦାକୁ ଫେରିବ ‘ଟାଇଗର’, ସଲମାନଙ୍କ ସବୁଜ ସଂକେତ ।

bollyworm
0 41

ସଲମାନ ଖାନ ନିଜର ହିଟ ଫ୍ରାଞ୍ଚାଇଜ ‘ଏକ ଥା ଟାଇଗର’ର ତୃତୀୟ ପାର୍ଟ ପାଇଁ ନିଜ ତରଫରୁ ସବୁଜ ସଙ୍କେତ ଦେଇସାରିଛନ୍ତି । ଏଥି ସହିତ ଆପଣ ଏହି ସୁପରହିଟ ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମକୁ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହା ପୂର୍ବରୁ ରିଲିଜ ହୋଇଥିବା ଏହାର ଦୁଇଟି ପାର୍ଟ ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।

Tiger-Zinda-Hai-6-2

ଖବର ଅନୁସାରେ ମେକର୍ସ ଫିଲ୍ମର ସଫଳତାକୁ ଦେଖି ଏବେ ତୃତୀୟ ପାର୍ଟ ନିର୍ମାଣ କରିବା ପାଇଁ ଚାହୁଁଛନ୍ତି । ସଲମାନ ଏହି ଫିଲ୍ମ ପାଇଁ ହଁ ମଧ୍ୟ କରିସାରିଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ଏହି ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତି କାମ ଆରମ୍ଭ କରିବେ ।

ଏହି ସିରିଜର ଦୁଇଟି ଯାକ ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା ଲିଡ ରୋଲରେ ନଜର ଆସିଥିଲେ । ଦର୍ଶକ ମଧ୍ୟ ତାଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ । ସମ୍ଭବତଃ ଏହାର ଆଗାମୀ ପାର୍ଟରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More