Only for Entertainment

ସେଲ୍ଫି ନେବା ପାଇଁ ସଲମାନଙ୍କ ହାତ ଟାଣିଲେ ମହିଳା ଫ୍ୟାନ, ରାଗରେ ଲାଲ ହୋଇଗଲେ ଦବଙ୍ଗ, ଦେଖନ୍ତୁ ଭିଡ଼ିଓ

hindirush
167

ଭାରତୀୟ ସିନେମାର ବ୍ଲକବଷ୍ଟର ଫିଲ୍ମରେ ଗଣନା ହେଉଥିବା ‘ହମ ଆପକେ ହେଁ÷ କୌନ’କୁ ୨୫ ବର୍ଷ ପୂରି ଯାଇଛି । ଏହି ସୁଯୋଗରେ ଫିଲ୍ମର ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟା ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ରଖିଥିଲେ । ସଲମାନ ଖାନ, ମାଧୁରୀ ଦିକ୍ଷୀତଙ୍କ ସହିତ ଫିଲ୍ମର ପ୍ରାୟ ସମସ୍ତ ତାରକା ଏହି କାର୍ଯ୍ୟକ୍ରମରେ ପହଂଚିଥିଲେ । କାର୍ଯ୍ୟକ୍ରମରୁ ବାହାରକୁ ଆସିବା ସମୟରେ ଜଣେ ମହିଳା ଫ୍ୟାନ ସଲମାନଙ୍କ ସହିତ ଏଭଳି ବ୍ୟବହାର କଲେ ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

 

View this post on Instagram

 

#SalmanKhan does not appreciate a fan pulling him like this

A post shared by Viral Bhayani (@viralbhayani) on

ସଲମାନ ଖାନ କାର୍ଯ୍ୟକ୍ରମ ଶେଷ ହେବାପରେ ତାଙ୍କ କାର ନିକଟକୁ ଯାଉଥିଲେ । ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଏକାଧିକ ଫ୍ୟାନ୍ସ ଅପେକ୍ଷା କରିଥିଲେ । ସେଲ୍ଫି ନେବା ପାଇଁ ଜଣେ ମହିଳା ଫ୍ୟାନ କୌଣସି ପ୍ରକାର ସଲମାନଙ୍କ ନିକଟରେ ପହଂଚିଗଲେ । ସଲମାନଙ୍କୁ ତାଙ୍କ ସୁରକ୍ଷାକର୍ମୀ ଘେରି ରହିଥିଲେ । ସଲମାନ ସେଲ୍ଫି ନ ନେଇ ଆଗକୁ ବଢୁଥିଲେ, ହଠାତ ମହିଳା ଜଣକ ସଲମାନଙ୍କ ହାତକୁ ଟାଣି ପକାଇଲେ ସେଲ୍ଫି ନେବା ପାଇଁ, ଯାହାପରେ ସୁରକ୍ଷାକର୍ମୀ ତାଙ୍କ ହାତକୁ ଛଡ଼ାଇ ଦେଲେ ।

ମହିଳାଙ୍କ ଏଭଳି ବ୍ୟବହାରରେ ସଲମାନଙ୍କ ମୁହଁ ରାଗରେ ଲାଲ ହୋଇଗଲା । ଭାଇରାଲ ହେଉଥିବା ଭିଡ଼ିଓ ଦେଖି ଆପଣ ଅନୁମାନ କରିପାରୁଥିବେଯେ ସଲମାନ କେତେ ରାଗି ଯାଇଥିବେ । ଅଧିକାଂଶ ସମୟରେ ଦେଖିବାକୁ ମିଳେ ସଲମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସମ୍ବେଦନଶୀଳ ରହିଥାନ୍ତି । ନିକଟରେ ଜଣେ ବ୍ୟକ୍ତି ସଲମାନଙ୍କ ଏକ କୁନି ଫ୍ୟାନଙ୍କୁ ଧକ୍କା ମାରିଥିଲେ, ଯାହାପରେ ସଲମାନ ସେହି ବ୍ୟକ୍ତିକୁ ଜୋରରେ ଚାପୁଡ଼ା ମାରିଥିଲେ । ଏହାର ଭିଡ଼ିଓ ଭାଇରାଲ ହେବାପରେ ସଲମାନଙ୍କୁ ଖୁବ ଟ୍ରୋଲ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More