Only for Entertainment

ଅର୍ଜୁନ- ସଲମାନଙ୍କ ମଧ୍ୟରେ ଏବେ ମଧ୍ୟ ଚାଲିଛି କୋଲ୍ଡ ୱାର, ସୋନମଙ୍କ ବିବାହ ଭୋଜିରେ ମିଳିଲା ପ୍ରମାଣ

STARDUST magazine
0 90

ଅର୍ଜୁନ କପୁର ଏବଂ ସଲମାନ ଖାନଙ୍କ ସମ୍ପର୍କ ଅନେକ ସମୟରୁ ଚର୍ଚ୍ଚାରେ । ଲମ୍ବା ସମୟରୁ ଦୁହିଁଙ୍କ ମଧ୍ୟରେ ଚାଲିଥିବା କୋଲ୍ଡ ୱାର ଏବେ ମଧ୍ୟ ଜାରି ରହିଛି । ଏହାର ପ୍ରମାଣ ମିଳିଛି ସୋନମଙ୍କ ବିବାହ ଭୋଜିରେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି କୁହାଯାଉଛି ଯେ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଏବେ ମଧ୍ୟ ଫାଟ ରହିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ସଲମାନ ରୋସ-୩ର ଅଭିନେତ୍ରୀ ଜ୍ୟାକଲିନଙ୍କ ସହିତ ସୋନମଙ୍କ ରିସେପ୍ସନରେ ପହଁଚିଥିଲେ । ଏହାପରେ ସେ ପ୍ରଥମେ କ୍ୟାଟ୍ରିନା କୈପଙ୍କ ସହିତ ସାକ୍ଷାତ କରିଥିଲେ ।

 

କ୍ୟାଟ୍ରିନାଙ୍କ ପାଖରେ ବୋନି କପୁର ଏବଂ ଅର୍ଜୁନ କପୁର ଥିଲେ । କିନ୍ତୁ ସଲମାନ ବୋନି କପୁରଙ୍କ ସହିତ ସାକ୍ଷାତ କରିଥିଲେ । ବୋନି ମଧ୍ୟ ସଲମାନଙ୍କୁ ଦେଖି ଖୁସିଥିବା ନଜର ଆସିଛନ୍ତି । ମାତ୍ର ଅର୍ଜନୁ ସଲମାନଙ୍କୁ ସାକ୍ଷାତ ନକରି ସେଠାରୁ ଚାଲିଯାଇଥିଲେ । ଏହାକୁ ଦେଖି ଜଣାପଡୁଛି ଯେ ଦୁହିଁଙ୍କ ମଧ୍ୟରେ ଏବେ ମଧ୍ୟ କିଛି ଠିକ ନାହିଁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More