Only for Entertainment

ସଲମାନଙ୍କୁ ଗୁଗଲ ବତାଇଲା ସବୁଠାରୁ ଖରାପ ଅଭିନେତା !

zeenews
0 64

ବଲିଉଡ ଷ୍ଟାର ସଲମାନ ଖାନଙ୍କ ଫିଲ୍ମ ରେସ-୩ ରିଲିଜ ହେବା ପରେ ସମସ୍ତଙ୍କ ମୁହଁ ଏବଂ ସୋସିଆଲ ମିଡିଆରେ ସଲମାନଙ୍କ ଯାଦୁ ଧମାଲ ମଚାଇଛି । ୩ଦିନରେ ରେସ-୩ ଅନେକ ରେକର୍ଡ ଭାଙ୍ଗି ସାରିଲାଣି । ଏହାବ୍ୟତୀତ ସଲମାନ ଖାନ ସମସ୍ତଙ୍କ ନଜରରେ ସବୁଡାରୁ ଖରାପ ଅଭିନେତା ଅଟନ୍ତି । ଏହା ଆଉ କେହି ନୁହେଁ ବରଂ ଗୁଗଲ ସର୍ଚ ଇଂଜିନ ଜଣାଇଛି । ଆପଣ ଯେତେବେଳେ ସର୍ଚ ଇଂଜିନ ଖୋଲିବେ ଏବଂ ‘Worst Bollywood Actor’ ଲେଖିବେ ସେଥିରେ ସଲମାନ ଖାନଙ୍କ ନାଁ ଟପରେ ନଜର ଆସିବ ।

ସଲମାନ ଖାନଙ୍କୁ ‘Worst Bollywood Actor’ ବତାଉଥିବା ବେଳେ ନିଆଯାଇଥିବ ସ୍କ୍ରିନ ସଟ ଏବେ ସୋସିଆଲ ମିଡିଆରେ ଖୁବ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ସଲମାନ ଖାନଙ୍କୁ ସଲମାନ ଖାନ ଙ୍କୁ ଟ୍ରୋଲ କରିଛନ୍ତି ଏବଂ କିଛି ଏହାକୁ ଗୁଗଲର ତ୍ରୁଟି ବତାଇଛନ୍ତି ।

ଜଣେ ୟୁଜର କହିଛନ୍ତି ଗୁଗଲ ସଲମାନଙ୍କୁ ଖରାପ ଅଭିନେତା କହୁଥିବା ବେଳେ ଆପଣମାନେ ରେସ-୩ ଦେଖିବାରେ ଲାଗିଛନ୍ତି । ସେହିଭଳି ଅନ୍ୟ ଜଣକ ଲେଖିଛନ୍ତି ଯେ ଗୁଗଲ କେବେ ଭୂଲ ହୋଇ ନଥାଇ ପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More