Only for Entertainment

ଦବଙ୍ଗ ଖାନଙ୍କ ଏନର୍ଜି ସହ ମ୍ୟାଚ କରିପାରିଲେନି ଜାକଲିନ, ଦେଖନ୍ତୁ ହିରିୟେ ଗୀତ ବିହାଇଣ୍ଡ-ଦ-ସିନର ଏକ ଝଲକ ।

youtube
0 68

ସୁପରଷ୍ଟାର ସଲମାନ ଖାନ ଏବଂ ଜାକଲିନ ଫର୍ଣ୍ଣାଡିଜ ଗତ କିଛି ଦିନ ହେବ ‘ରେସ-୩’ଫିଲ୍ମକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହାପରେ ଫିଲ୍ମର ପ୍ରଥମ ସଙ୍ଗ ଗତ କିଛି ଦିନ ହେବ ରିଲିଜ ହୋଇଛି । ଯାହା ୟୁଟ୍ୟୁବରେ ଧମାଲ ମଚାଇଛି । ଏହି ପାର୍ଟି ନମ୍ବର ଗୀତ ୟୁଟ୍ୟୁବରେ ପ୍ରଥମ ଟ୍ରେଣ୍ଡରେ ରହିଛି । ଏହାକୁ ଏବେ ପର୍ଯ୍ୟନ୍ତ ୧୫ମିଲିଅନରୁ ଅଧିକ ଥର ଦେଖା ଯାଇସାରିଲାଣି ।

ହିରିୟେ ଗୀତ ଏକ ପାର୍ଟି ନମ୍ବର ଗୀତ ଅଟେ, ଯେଉଁଥିରେ ଜାକଲିନଙ୍କ ମତୁଆଲା ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଗୀତରେ ସଲମାନ ଏବଂ ଜାକଲିନଙ୍କ ଡ୍ୟାନ୍ସ ମଧ୍ୟ ପ୍ରଂଶସା ଯୋଗ୍ୟ ଅଟେ । ଏଥିରେ ସଲମାନ ଏବଂ ଜାକଲିନଙ୍କ ଜୋଶ ଦେଖିବାକୁ ମିଳିଛି ।

ହିରିୟେ’ର ଏକ ବିହାଇଣ୍ଡ-ଦ-ସିନ ସାମ୍ନାକୁ ଆସିଛି, ଯେଉଁଥିରେ ସଲମାନ ଖାନ ମସ୍ତ ଡ୍ୟାନ୍ସ କରୁଛନ୍ତି । ମାତ୍ର ତାଙ୍କର ଏନର୍ଜି ସହ ମ୍ୟାଚ କରିବା ପାଇଁ ଜାକଲିନ ମଧ୍ୟ ହାର ମାନି ଯାଉଥିଲେ । ଭିଡିଓରେ ସଲମାନ ଧୁମ ନାଚିବାର ଦେଖାଯାଉଥିବା ବେଳେ ଅନ୍ୟପଟେ ଜାକଲିନ ଅଟକି ଯାଇଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More