Only for Entertainment

ପ୍ରତିଛବି ସୁଧାରିବା ଏବଂ ଲୋକ ଦେଖାଣିଆ ପାଇଁ ଚ୍ୟାରିଟି କରୁଛନ୍ତି ସଲମାନ? ଦେଖନ୍ତୁ ଭିଡ଼ିଓ ।

vivalanka.com
33

କେବଳ ଅଭିନୟ ନୁହେଁ ବରଂ ନିଜର ଚ୍ୟାରିଟି ବିଙ୍ଗ ହ୍ୟୁମାନ ପାଇଁ ମଧ୍ୟ ଖୁବ ଜଣାଶୁଣା ଅଭିନେତା ସଲମାନ ଖାନ । ତେଣୁ ତାଙ୍କ ହୃଦୟ ଖୁବ ବଡ଼ ବୋଲି କୁହାଯାଏ । ନିକଟରେ ସଲମାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସଲମାନ ତାଙ୍କ ଚ୍ୟାରିଟିକୁ ନେଇ କିଛି କଥା କହୁଛନ୍ତି । ଭିଡ଼ିଓଟି ୨୦୧୪ର । ଯେଉଁଥିରେ ସଲମାନ ଚ୍ୟାରିଟି କରିବାର ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି ।

ଭିଡ଼ିଓରେ ସଲମାନ ଖାନ କହୁଛନ୍ତିଯେ ବହୁତ କାରଣ ରହିଥାଏ । ପ୍ରଥମେ ତ ଆପଣ ହୃଦୟରୁ ଚାହୁଁଥିବେ ସେହି କାମ କରିବା ପାଇଁ । ଦ୍ୱିତୀୟରେ ହେଉଛି କିଛି ଗିଲଟିକୁ ଲୁଚାଇବା ପାଇଁ । ଯାହା ଭାବୁଛନ୍ତିଯେ ଆପଣଙ୍କ ଦ୍ୱାରା ହୋଇଯାଇଛି । ତୃତୀୟ ହେଉଛି ଡର । ଡର ହେଉଛି ଯେ ଯଦି ତୁମେ କିଛି ଭଲ କାମ କରୁନାହଁ ତେବେ ତୁମ ସହିତ କେବେ ମଧ୍ୟ ଖରାପ ହୋଇପାରେ । ଅନ୍ୟଟି ହେଉଛି ଦେଖାଇବା ପାଇଁ । ଗୋଟିଏ ପ୍ରତଛବି ବଦଳାଇବା ପାଇଁ । କିନ୍ତୁ ମୁଁ ଜାଣେନାହିଁ ମୁଁ କାହିଁକି ଏଭଳି କରୁଛି । କେବେ କେବେ ଦେଖାଇବା ପାଇଁ ମଧ୍ୟ କରିନିଏ । କେବେ କେବେ ସତରେ କରେ । ପ୍ରତିଛବି ବଦଳାଇବା ପାଇଁ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More