Only for Entertainment

‘ଭାରତ’ସ୍ଥାନ ପାଇବ ସଲମାନ୍–କ୍ୟାଟ୍ରିନାଙ୍କ ରୋମାନ୍ସ ସୁଟିଂ ସେଟରୁ ସେୟାର୍ କଲେ ଫଟୋ !

tweeter
0 34

ପୁଣି ପରଦାରେ ମନଜିଣିବ ସଲମାନ୍ କ୍ୟାଟ୍ରିନାଙ୍କ ରୋମାନ୍ସ । ଆଗାମୀ ଫିଲ୍ମ ଭାରତରେ ସ୍ଥାନ ପାଇବ ଏହି ରୋମାଂଟିକ୍ ଯୋଡି କେମେଷ୍ଟ୍ରୀ । କ୍ୟାଟ୍ରିନା କୈଫଙ୍କ ସହ ଏକ ରୋମାଂଟିକ୍ ଫଟୋ ନିଜ ସୋସିଆଲ ମିଡିଆରେ ସେୟାର୍ କରି ଏ ବିଷୟରେ ଜଣାଇଛନ୍ତି ଅଭିନେତା ସଲମାନ ଖାନ । ଭାରତ ସୁଟିଂ ସେଟରୁ ଏହି ଫଟୋ ସେୟାର୍ କରିଛନ୍ତି ସଲମାନ୍ । ଯେଉଁଥିରେ ସଲାମାନଙ୍କୁ କଳା ରଙ୍ଗର ସେରୱାନି ଓ କ୍ୟାଟ୍ରିନାଙ୍କୁ ଗ୍ରୀନ କଲର୍ ଲେହଙ୍ଗାରେ ଦେଖିବାକୁ ମିଳିଥିଲା ।

#bharat @bharat_thefilm

A post shared by Katrina Kaif (@katrinakaif) on

ଏହି ଫଟୋକୁ ଦେଖି ଅନୁମାନ କରିହେଉଛି ଯେ, ଅପକମିଂ ଫିଲ୍ମ ଭାରତରେ ସଲମାନ୍ – କ୍ୟାଟ୍ରିନାଙ୍କ ଭିତରେ ରୋମାଂଟିକ୍ ଗୀତ ସ୍ଥାନ ପାଇବ । ଏହି ଫିଲ୍ମର ପ୍ରଥମ ଭାଗ ସୁଟିଂ ମାଲ୍ଟା ସହରରେ ଶେଷ ହୋଇଛି । ଆଉ ନିଜର ସୁଟିଂ ସେଟରୁ ସଲମାନ ନାୟିକା କ୍ୟାଟ୍ରିନାଙ୍କ ସହ ଏହି ରୋମାଂଟିକ ଫଟୋ ସେୟାର୍ କରିଛନ୍ତି ।

ତେବେ ଏହାଛଡା ସଲମାନ ସୁଟିଂ ସେଟରେ ନିଜ ମାଆଙ୍କ ସହ ମଧ୍ୟ ଫଟୋ ଭିଡିଓ ସେୟାର୍ କରିଛନ୍ତି । ଫିଲ୍ମର ସୁଟିଂ ଏବେ ଜୋର ସୋରରେ ଆଗେଇ ଚାଲିଛି । ଗତ କିଛି ଦିନ ଆଗରୁ ଫିଲ୍ମର ପ୍ରଥମ ଟିଜର୍ ସେୟାର୍ କରାଯାଇଥିଲା । ଖୁବଶୀଘ୍ର ସିନେମାଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More