Only for Entertainment

ପୁଣିଥରେ ଦର୍ଶକଙ୍କ ଉପରେ ଛାଇଲା ସଲମାନଙ୍କ ଯାଦୁ, ୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭାରତ’

google
29

ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଷ୍ଟାରର ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଇଦରେ ରିଲିଜ ହୋଇଥିବା ସଲମାନ ଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ବମ୍ପର ଆୟ କରିଥିଲା । ଦ୍ୱିତୀୟ ଦିନର କଲେକ୍ସନ ଫିଲ୍ମର ଆୟକୁ ୭୦ କୋଟି ପାର କରାଇ ଦେଇଥିଲା । ସେହିପରି ତୃତୀୟ ଦିନର ଆୟ ବିଷୟରେ କହିବାକୁ ଗଲେ ଏହା ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି । ତିନି ଦିନର କଲେକ୍ସନକୁ ମିଶାଇଲେ ଫିଲ୍ମ ‘ଭରତ’ ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି ।

ସଲମାନ ଖାନ ଏହି ଇଦରେ ଭାରତ ଦ୍ୱାରା କ୍ୟାରିଅରର ସବୁଠାରୁ ବଡ ଓପନିଂ କରିଛନ୍ତି । ଫିଲ୍ମ ପ୍ରଥମ ଦିନରେ ୪୨.୩୦ କୋଟିରେ ବ୍ୟବୟାର କରି ଭଲ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମ ୩୧୧ କୋଟି ଏବଂ ତୃତୀୟ ଦିନରେ ୨୮ କୋଟି ଆୟ କରି ୧୦୦ କୋଟି କ୍ଲବରେ ଏଣ୍ଟ୍ରି ନେଇଛି ।

କହିରଖୁଛୁ ଯେ, ଫିଲ୍ମ ବୁଧବାର ରିଲିଜ ହୋଇଥିବାରୁ ପୂରା ଉବକେଣ୍ଡର ଫାଇ ଦା ଫିଲ୍ମକୁ ମିଳିବ । ଆଶା କରାଯାଉଛି ଫିଲ୍ମର ବ୍ୟବସାୟ ଆଗକୁ ଆହୁରି ବଢିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More