Only for Entertainment

ବଡ ଖବର ! ଏହି ଦିନ ରିଲିଜ ହେବ ଫିଲ୍ମ ‘ଭାରତ’ର ଟ୍ରେଲର

dna
33

ସଲମାନ ଖାନ-କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ ‘ଭାରତ’ର ଟ୍ରେଲରକୁ ଭାଇଜାନଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଥିବା ବେଳେ ଏବେ ଏହାର ଟ୍ରେଲର ରିଲିଜ ଡେଟ ସାମ୍ନାକୁ ଆସିଛି । ଫିଲ୍ମର ନିର୍ଦ୍ଦେଶ ଅଲ୍ଲୀ ଅବାସ ଜଫର ନିକଟରେ ଏକ ଟ୍ୱିଟ କରି ଫିଲ୍ମର ଡଟେଲର ରିଲିଜ ବିଷୟରେ ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକ ଟ୍ୱିଟ କରି ଲେଖିଥିଲେ- ଆଜ୍ଞା, ହଁ ଫିଲ୍ମ ଭାରତର ଟ୍ରେଲର ରିଲିଜ ଡେଟ ଲକ ହୋଇ ସାରିଛି । ଆମେ ପୋଷ୍ଟ ପ୍ରଡକ୍ସନର ଶେଷ ପର୍ଯ୍ୟାୟରେ ଅଛୁ । ଟ୍ରେଲର ଏପ୍ରିଲର ତୃତୀୟ ସପ୍ତାହରେ ରିଲିଜ ହେବ । ଏହା ଏକ ସ୍ପେଶାଲ ଫିଲ୍ମ । ଆମେ ନର୍ଭସ, ଚିନ୍ତିତ ଏବଂ ଉତ୍ସାହିତ ଅଛୁ । ଭଗବାନ ଆମକୁ ଆଶୀର୍ବାଦ ଦିଅନ୍ତୁ ।

ଏହା ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଟିଜରରେ ସଲମାନ ଖାନଙ୍କ ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିଥିଲା । ଟିଜରକୁ ଲୋକେ ଖୁବ ପସନ୍ଦ କରିବା ସହିତ ଏହାର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More