Only for Entertainment

ସୁପରଷ୍ଟାର ସଲମାନ ଖାନଙ୍କ ଆଉ ଏକ ବଡ ଧମାକା, ଲଂଚ କରିବେ ନିଜର ଟିଭି ଚ୍ୟାନେଲ !

dna
32

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ନିଜର ଦବଙ୍ଗ ଟୁର ପାଇଁ ଦୁବାଇରେ ଅଛନ୍ତି । ସଲମାନ ଖାନ ଏବେ ଭାରତରେ ନଥିଲେ ମଧ୍ୟ ତାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନ ଖାନ ବଡ ପରଦା ସହିତ ଛୋଟ ପରଦାରେ ମଧ୍ୟ ନଜର ଆସିଛନ୍ତି । ଏହା ସହିତ ନିଜ ପ୍ରଡକ୍ସନ ହାଉସରେ କପିଲ ଶର୍ମା ଶୋ’କୁ ମଧ୍ୟ ପ୍ରଡ୍ୟୁସ କରୁଛନ୍ତି । ଏବେ ସଲମାନ ଖାନ କିଛି ବଡ କରିବା ପାଇଁ ଯୋଜନା କରୁଛନ୍ତି ।

ଖବର ଅନୁସାରେ, ସଲମାନ ଖାନ ଫିଲ୍ମ ଏବଂ ଶୋ’ ପ୍ରଡ୍ୟୁସ କରିବା ପରେ ଏବେ ନିଜର ଚ୍ୟାନେଲ ଲଂଚ କରିବାକୁ ପ୍ରସ୍ତୁତି କରୁଛନ୍ତି । ସଲମାନଘଙ୍କ ଟିମ ଏବେ ଚ୍ୟାନେଲର କଂଟେଣ୍ଟକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହା ବିଷୟରେ କରିଛି ଘୋଷଣା କରାଯାଇନାହିଁ । ଶୁଣିବାକୁ ମିଳୁଛି ଖୁବ ଶୀଘ୍ର ଏହାର ଘୋଷଣା କରାଯାଇପାରେ ।

Salman-Khan-AFP

ଚ୍ୟାନେଲ ବ୍ୟତିତ ସଲମାନ ଖାନ ‘ବିଙ୍ଗ ହ୍ୟୁମାନ’ ପରି ‘ବିଙ୍ଗ ଚିଲଡ୍ରେନ’ ଫାଉଣ୍ଡେସନ ଖୋଲିବା ପାଇଁ କାମ ଆରମ୍ଭ କରିଦେଇଛନ୍ତି । ଏହି ଫାଉଣ୍ଡେସନ ଜରିଆରେ ସେ ସଲମାନ ଖାନଙ୍କ ଟିମ ଛୁଆ ମାନଙ୍କ ପଢା, ସେମାନଙ୍କ ଲାଳନ ପାଳନ ଉପରେ ଧ୍ୟାନ ରଖିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ସଲମାନ ଖାୁବ ଶୀଘର ଫିଲ୍ମ ‘ଭାରତ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କୁ ୫ଟି ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନଙ୍କ ବ୍ୟତିତ, କ୍ୟାଟ୍ରିନା କୈଫ, ତବୁ, ସୁନିଲ ଗ୍ରୋଭର, ଦିଶା ପଟାନୀଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ । ସେହିପରି ସଲମାନ ଖାନଙ୍କ ଦବଙ୍ଗ-୩ ପାଇଁ କାମ ଆରମ୍ଭ ହୋଇସାରିଛି । ଫିଲ୍ମରେ ତାଙ୍କୁ ସୋନାକ୍ଷୀ ସିହ୍ନାଙ୍କ ଅପୋଜିଟରେ ଦେଖିବାକୁ ମିଳିବ । ଫିଲ୍ମ ଚଳିତବର୍ଷ ଶେଷ ଆଡକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More