Only for Entertainment

ଏକ୍ସ ଗର୍ଲଫ୍ରେଣ୍ଡ କାରଣରୁ ବିଚ୍ଛେଦ ହେଲା ସଲମାନ ଏବଂ ୟୁଲିଆଙ୍କ ସମ୍ପର୍କ ।

newstrack
0 42

ବଲିଉଡର ଦବଙ୍ଗଙ୍କ ଜୀବନରେ ସବୁବେଳେ ସବୁକିଛି ଠିକ ଚାଲି ନଥାଏ । ସଲମାନ ଖାନ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କର କୌଣସି ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନଥାଏ । ଏବେ ପୁଣିଥରେ ସେହିଭଳି କିଛି ହୋଇଛି । ବଲିଉଡର ମାୟାନଗରୀରୁ ଆସିଥିବା ଖବର ମୁତାବିକ ସଲମାନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ କିଛି ଠିକ ନଥିବା ଶୁଣିବାକୁ ମିଳିଛି । ଖବର ଏହା ଯେ ସଲମାନ ଏବଂ ୟୁଲିଆଙ୍କ ମଧ୍ୟରେ ଏକ୍ସ ଗର୍ଲଫ୍ରେଣ୍ଡ ଆସିଯାଇଛନ୍ତି ଏବଂ ଏବେ ୟୁଲିଆ-ସଲମାନଙ୍କ ସମ୍ପର୍କ ବିଚ୍ଛେଦ ହେବା ଉପରେ ବୋଲି ଅନୁମାନ ଲଗାଯାଉଛି ।

ସୂତ୍ର ମୁତାବିକ ୟୁଲିଆ ଏବଂ ସଲମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ତର୍କ ହୋଇଯାଇଛି । ଏହାର ଫାଇଦା ଉଠାଇଛନ୍ତି ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟରୀନା କୈଫ । ୟୁଲିଆଙ୍କ ଯୁକ୍ତି ହେବାର କାରଣରୁ ସଲମାନ ଏକା କ୍ୟାଟରୀନାଙ୍କୁ ଧରି ଆମେରିକା ପଳାଇଛନ୍ତି ଏବଂ ୟୁଲିଆ ଏବେ ଏକା ପଡି ଯାଇଛନ୍ତି । ଖବର ଏହା ଯେ ସଲମାନ ବ୍ୟାଙ୍ଗ ଟୁର ପାଇଁ କ୍ୟାଟଙ୍କୁ ନେଇ ଆମେରିକା ପଳାଇଛନ୍ତି ଏବଂ ଏହି କାରଣରୁ ୟୁଲିଆ IIFA ଏକା ଯାଇଛନ୍ତି । ଭିଡ ଭିତରେ ନିଜକୁ ବ୍ୟାଙ୍କକରେ ଏକଲା ଅନୁଭବ କରୁଛନ୍ତି ।

 

ଏଠାରେ ଆମେ କହି ରଖୁଛୁ ଯେ ୟୁଲିଆ IIFAରେ ଏକା ପହଂଚିବା ଦେଖି କେହି ଭାବି ପାରୁ ନାହାନ୍ତି ଯେ ସେ ଏଭଳି ସଲମାନଙ୍କ ବିନା ନଜର ଆସିବେ ବୋଲି । ମାତ୍ର ସଲମାନ ତ ବଲିଉଡର ସୁଲତାନ ଅଟନ୍ତି, ତାଙ୍କୁ ଏସବୁ କଥାରେ ଫରକ ପଡେ ନାହିଁ । ମାତ୍ର ଏହାର ଫାଇଦା ଉଠାଉଛନ୍ତି କ୍ୟାଟରୀନା । କ୍ୟାଟରୀନାଙ୍କୁ ଜଣା ଅଛି ଯେ ଦବଙ୍ଗଙ୍କ ସହ ରହିଲେ ବଲିଉଡରେ ତାଙ୍କ ପାଇଁ ସବୁ ରାସ୍ତା ସହଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More