Only for Entertainment

ବଲିଉଡର ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲରର ଆଖ୍ୟା ପାଇଛନ୍ତି ସଲମାନ୍ ଖାନ୍ !

28

ବଲିଉଡର ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲରର ଆଖ୍ୟା ପାଇଛନ୍ତି ସଲମାନ୍ ଖାନ୍ । ସେ ଯୁଆଡେ ବି ଯାଆନ୍ତି, ତାଙ୍କୁ ପ୍ରଥମ ପ୍ରଶ୍ନ ଆସେ, କେବେ ବାହା ହେବେ ସଲମାନ୍ । ଆଉ ନିକଟରେ କପିଲ୍ ଶର୍ମା ଶୋ’ରେ ପହଁଚି ବି ସଲମାନ୍ ହିଂଟ୍ ଦେଇଥିଲେ ଯେ, ସେ ବିବାହ କରିବାକୁ ଚାହୁଁ ନାହାଁନ୍ତି । ମାତ୍ର ସଲମାନ୍ ଖାନଙ୍କ ମାଆ, ସଲମା ଖାନ୍ ଚାହୁଁଛନ୍ତି କି, କ୍ୟାଟ୍ରିନା କୈଫ୍ ତାଙ୍କର ବୋହୁ ହୁଅନ୍ତୁ । ସଲମାନଙ୍କ ମାଆ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ବହୁତ ପସନ୍ଦ କରୁଛନ୍ତି । ଆଉ କ୍ୟାଟ୍ରିନା ବି ପ୍ରାୟ ସମୟରେ ସଲମାନଙ୍କ ମାଆଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଥାଆନ୍ତି । ଆଉ ଏହି କଥା ବି ସଲମାନଙ୍କ ମାଆଙ୍କୁ ପସନ୍ଦ ଆସେ ।

୨୦୧୮, ଅଗଷ୍ଟ ମାସରେ ସଲମା ଖାନ୍ ଓ କ୍ୟାଟ୍ରିନା କେଫଙ୍କ ଏକ ଫଟୋ ବୋହୁତ ଭାଇରାଲ୍ ହୋଇଥିଲା । ଭାରତ ସୁଟିଂ ସେଟରେ ଏହି ଫଟୋ ଉଠାଯାଇଥିଲା । ଆଉ ଏହି ଫଟୋକୁ ଦେଇ ପ୍ରଶଂସକ ମାନେ କହିଥିଲେ ସଲମାନ୍ – କ୍ୟାଟ୍ରିନା ବିବାହ କରିବା କଥା । ଏବେ ଦେଖିବାକୁ ବାକି ରହିଲା ସଲମାନ ତାଙ୍କ ମାଆଙ୍କ ଇଚ୍ଛା ପୁରଣ କରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More