Only for Entertainment

ସଲମାନ ଖାନଙ୍କ ଦବଙ୍ଗ୩’ ଫିଲ୍ମର ନୂଆ ଗୀତ ‘ଆୱାରା’ରିଲିଜ, ଭିଡିଓ ପାଇଁ କରିବାକୁ ପଡିବ ଅପେକ୍ଷା !

48

ଦବଙ୍ଗ୩ରେ ପାଇଁ ଲୋକଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଦବଙ୍ଗ୩’ର ଅନେକ ଟ୍ରାକ ରିଲିଜ ହୋଇସାରିଲାଣି । ଏହାପୂର୍ବ ଦବଙ୍ଗ୩ର ହୁଡ ହୁଡ, ମୁନ୍ନି ବଦନାମ, ନୈନା ଲଡେ ଏବଂ ୟୁଁ କରକେ ପରେ ଏବେ ଫିଲ୍ମର ରୋମାଂଟିକ ଟ୍ରାକ ଆୱାରା ମଧ୍ୟ ରିଲିଜ ହୋଇଛି । ଆୱାରା ଗୀତ ବିଷୟରେ କହିବାକୁ ଗଲେ ଏହି ଗୀତକୁ କିଛି ନିଆରା ଅନ୍ଦାଜରେ ସଲମାନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ପୋଷ୍ଟକୁ ଶେୟାର କରି ଲେଖିଛନ୍ତି, ଆଗରୁ ପ୍ରେମର ଭାଷା କିଛି ଅଲଗା ଥିଲା , ଶୁଣନ୍ତୁ ଦବଙ୍ଗ୩ରୁ ନୂଆ ଗୀତ ଆୱାରା ।



ଏଥର ଖାସ କଥା ହେଉଛି ଯେତେ ଗୀତ ରିଲିଜ ହେଲାଣି ସବୁ ବିନା ଭିଡିଓ । ସଲମାନ ଖାନଙ୍କ ଫ୍ୟାନ୍ସ ଭିଡିଓକୁ ଅପେକ୍ଷାର ସହ ଚାହିଁ ବସିଛନ୍ତି । ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଦବଙ୍ଗ୩ ସଲମାନ ଖାନ, ସୋନାକ୍ଷୀ ସିହ୍ନା, ସଇ ମଂଜରେକର, ସୁଦୀପ, ଅରବାଜ ଖାନ ଏବଂ ଅମୋଲ ଗୁପ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୨୦ଡିସେମ୍ବରରେ ପରଦାରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More