Only for Entertainment

‘ନଚ ବଲିୟେ ୯’ର ଗ୍ରାଣ୍ଡ ପ୍ରିମିୟରରେ ଭୋ ଭୋ ହୋଇ କାନ୍ଦିଲେ ପ୍ରିନ୍ସ- ୟୁବିକା

instagram
49

ବହୁ ପ୍ରତିକ୍ଷୀତ ସେଲିବ୍ରେଟୀ ଡ୍ୟାନ୍ସ ରିଆଲିଟି ଶୋ ନଚ ବଲିୟେ ସିଜନ ୯’ର ଶୁକ୍ରବାରକୁ ଧମାକାଦାର ଆରମ୍ଭ ହୋଇଛି । ଶୋ’ର ପ୍ରଥମ ଏପିସୋଡରେ ୫ ଜଣ ଯୋଡ଼ିଙ୍କୁ ପରିଚିତ କରାଗଲା । ଏହି ମଧ୍ୟରୁ ଶ୍ରଦ୍ଧା ଆର୍ଯ୍ୟା ତାଙ୍କ ବଲଫ୍ରେଣ୍ଡ ଆଲମ ସିଂ, ଉର୍ବସୀ ଢୋଲକିୟା ଏବଂ ଏକ୍ସ ବଏଫ୍ରେଣ୍ଡ ଅନୁଜ ସଚଦେବା, ବବିତା ଫୋଗଟ ଓ ବଏଫ୍ରେଣ୍ଡ ବିବେକ ସୁହାଗ, ବିନ୍ଦୁ ଦାରା ସିଂ ଏବଂ ପତ୍ନୀ ଡିନା ଉମାରୋବା ଏବଂ ୟୁବିକା-ପ୍ରିନ୍ସଙ୍କ ଉପରୁ ପରଦା ଉଠାଗଲା ।

ଗୋଟିଏ ପାଶ୍ୱର୍ରେ ଶୋ ଖୁବ ଜବରଦସ୍ତ ଓପନିଙ୍ଗ ହୋଇଥିବା ବେଳେ ଏହାର ଶେଷ ଭାଗ ଦୁଃଖରେ ଭରିଗଲା । ବାସ୍ତବରେ ପଂଚମ ଯୋଡ଼ିରେ ନଜର ଆସିଥିଲେ ପ୍ରିନ୍ସ ଏବଂ ତାଙ୍କ ପତ୍ନୀ ୟୁବିକା ଚୌଧରୀ । ମଂଚ ଉପରକୁ ଆସିବା ପରେ ଦୁଇଜଣ ଭୋ ଭୋ ହୋଇ କାନ୍ଦିଲେ । ଯାହାପରେ ଶୋ’ର ହୋଷ୍ଟ ମନୀଷ କାନ୍ନାଡ଼ାରେ ହୋଇଥିବା ପ୍ରିନ୍ସଙ୍କ ଭାଇଙ୍କ ମୃତ୍ୟୁ ବିଷୟରେ କହିଲେ । ପ୍ରିନ୍ସ ଏବଂ ୟୁବିକା ଏତେ ଜୋରରେ କାନ୍ଦୁଥିଲେଯେ ସେଠାରେ ବସିଥିବା ସମସ୍ତ ଦର୍ଶକ ମଧ୍ୟ କାନ୍ଦିବାକୁ ଲାଗିଲେ ।

କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ପ୍ରିନ୍ସଙ୍କ ଭାଇଙ୍କର କାନ୍ନାଡ଼ାରେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା, ଯାହାପରେ ପ୍ରିନ୍ସ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ, କିନ୍ତୁ ସାହସ ଜୁଟାଇ ସେ ଶୋ’ରେ ନଜର ଆସିଲେ ସତ କିନ୍ତୁ ନିଜ ମଧ୍ୟରେ ଥିବା କୋହକୁ ଅଟକାଇ ପାରିଲେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More