ଏହି ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେଲେ ସଲମାନ ।
ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ପ୍ରଶଂସକ ମାନଙ୍କ ଏକ ଖୁସି ଖବର । ଆଜ୍ଞା ହଁ ସଲମାନ ଖାନ ବଲିଉଡରେ ନିଜକୁ ଯେପରି ଚର୍ଚ୍ଚାରେ ରଖିଛନ୍ତି ସେହିପରି ବିଜ୍ଞାପନରେ ମଧ୍ୟ କିଛି କମ କରୁନାହାନ୍ତି । ପ୍ରକୃତ କଥା ହେଉଛି ସଲମାନଙ୍କୁ ପାନୀୟ ଦ୍ରବ୍ୟର ଲୋକପ୍ରିୟ ବ୍ରାଣ୍ଡ ଆପି ଫିଜର ବ୍ରାଣ୍ଡ ଆମ୍ବାସାଡର ବନାଇ ଦିଆଯାଇଛି । କମ୍ପାନୀ ପାର୍ଲେ ଆଗ୍ରୋ ନିଜେ ଏହା ସମ୍ବନ୍ଧରେ ସୂଜନା ଦେଇଛନ୍ତି । ଏହି ଖବର ପାଇଁ ପ୍ରଶଂସକ ମାନେ ଖୁବ ଖୁସି ଥିବା ଶୁଣିବାକୁ ମିଳିଛି ।
ସଲମାନ ପ୍ରଶଂସକଙ୍କ ମନରେ ତାଙ୍କ ପ୍ରତିଷ୍ଠା ବନାଇ ରଖିଛନ୍ତି ଯେଉଁ କାରଣରୁ ଲୋକମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ ଅଭିନୟରେ ମଧ୍ୟ ଯାଦୁ ଦେଖାଇ ଆସୁଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ସଳମାନଙ୍କୁ ଏହା ସହ ଯୋଡିବା ମାଇକ୍ରୋ ଲେବଲ ମାର୍କେଟିଂରେ ନିବେଶର ଭାଗ ଅଟେ ଯାହା ସାରା ଦୁନିଆ ସହ ଯୋଡି ହୋଇ ରହିବ । ତେଣୁ ଏହି କମ୍ପାନୀ ସଲମାନଙ୍କୁ ଚୟନ କରିଛନ୍ତି ।
ଏହାସହ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ସଲମାନଙ୍କ ପୂର୍ବରୁ ଏହି ପ୍ରଡକ୍ଟର ଆମ୍ବାସାଡାର ପ୍ରିୟଙ୍କା ଚୋପ୍ରା ଥିଲେ ।