Only for Entertainment

ଏଥର ବିଗବସ ଘରେ ଏକାସହ ନଜର ଆସିବେ ପୁଲିସ ଏବଂ ଓକିଲଙ୍କ ଯୋଡି! ଦେଖନ୍ତୁ ସଲମାନଙ୍କ ଶୋ’ର ଝଲକ ।

0 45

ସଲମାନ ଖାନ ପୁଣି ଥରେ ଟିଭି ଦୁନିଆର ରିଆଲିଟି ଶୋ’ ବିଗବସ୧୨ରେ ଫେରୁଛନ୍ତି । ଏଥର ବିଗବସର ନୁଆ ସିଜନରେ ଦର୍ଶକଙ୍କୁ ଅନେକ କିଛି ନୁଆ ଦେଖିବାକୁ ମିଳିବ । ଶୋ’ରେ ଏଭଳି କିଛି ମଧ୍ୟ ହେବ ଯାହା କେହି କେବେ ଭାବି ନଥିବେ । ଏହାସହ ସଲମାନଙ୍କ ଏହି ଶୋ’ର ପ୍ରଥମ କମନର ଯୋଡି ସାମ୍ନାକୁ ଆସିଛି । ଏଥର ଏହି ଘରେ ଓକିଲ ଏବଂ ପୋଲିସଙ୍କୁ ଏକାଠି ଦେଖିବାକୁ ମିଳିବ ।

ଘରେ ଏହି ଯୋଡି ଅନ୍ୟ ଯୋଡିଙ୍କ ସହ ମିଶି ରହିବେ । ଏଠାରେ ଆମେ କହି ରଖୁଛୁ ଯେ ବିଗ ବସ ସିଜନର ଏହି ଖେଳ ଯୋଡିକୁ ନେଇ ଖେଳାଯିବ । ଶୋ’ରେ ମା-ଝିଅ, ଭାଇ-ଭଉଣୀ, ପତି-ପତ୍ନୀ, ବନ୍ଧୁ ଏବଂ ଟ୍ରାନ୍ସଜେଣ୍ଡର ଯୋଡି ମଧ୍ୟ ଦେଖିବାକୁ ମିଳିବ ।

ଏଠାରେ ଆମେ କହି ରଖୁଛୁ ଯେ ବିଗବସ ଶୋ’ରେ କମେଡିଆନ ଭାରତୀ ଏବଂ ତାଙ୍କ ପତି ହର୍ଷ ଲିମ୍ବାଚୀଆ ଏଥର ଘରେ ଏଂଟ୍ରି କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More