Only for Entertainment

‘ହିରିୟେ’ ଗୀତରେ ପିନ୍ଧିଥିବା ଜ୍ୟାକେଟକୁ ନିଜେ ପେଣ୍ଟ କରିଛନ୍ତି ସଲମାନ, ଦେଖନ୍ତୁ ଭିଡିଓ

Zee News
0 34

ବଲିଉଡ ଅଭିନେତା ସଲମାନ ଖାନ ଅଭିନୟ ବ୍ୟତିତ ପେଣ୍ଟିଂ କରିବାକୁ ମଧ୍ୟ ଭଲ ପାଆନ୍ତି । ଏହା ତାଙ୍କ ଫ୍ୟାନମାନଙ୍କୁ ପ୍ରଥମରୁ ଜଣା କିନ୍ତୁ ଏହି ଟ୍ୟାଲେଣ୍ଟ ତାଙ୍କ ମାଙ୍କ ଠାରୁ ମିଳିଛି ବୋଲି କିଛି ଲୋକଙ୍କୁ ଜଣାଥିବ । ସଲମାନ ଅନେକ ଥର ନିଜ ପେଣ୍ଟିଂ ଜରିଆରେ ଫ୍ୟାନମାନଙ୍କ ହୃଦୟକୁ ଯିତିଛନ୍ତି । ସଲମାନ ନିଜର ଏହି ଟ୍ୟାଲେଣ୍ଟକୁ ଏବେ ଫିଲ୍ମରେ ବ୍ୟବହାର କରିଛନ୍ତି ।

ସଲମାନ ନିଜର ଅପକମିଂ ଫିଲ୍ମ ରେସ-୩ର ଗୀତ ‘ହିରିୟେ’ରେ ପିନ୍ଧିଥିବା ଡେନିମ ଜ୍ୟାକେଟକୁ ନିଜେ ପେଣ୍ଟ କରିଛନ୍ତି । ସଲମାନଙ୍କ ଷ୍ଟାଇଲିସ ଏଶଲୀ ରେବେଲୋ ଏକ ଭିଡିଓ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ସଲମାନ ନିଜ ଡେନିମ ଜ୍ୟାକେଟକୁ ପେଣ୍ଟ କରୁଥିବାର ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଜ୍ୟାକେଟକୁ ପେଣ୍ଟ କରିଛନ୍ତି ।

‘ହିରିୟେ’ରେ ସଲମାନ ଖାନ ଜ୍ୟାକଲିନଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଗୀତରେ ଜ୍ୟାକଲିନ ପୋଲ ଡ୍ୟାନ୍ସ ସହିତ ସଲମାନଙ୍କ ସ୍ୱାଗ ଦେଖିବାକୁ ମିଳିଛି । ଫିଲ୍ମ ୧୫ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More