Only for Entertainment

ର୍ୟାମ୍ପରେ ସଲମାନଙ୍କ ସହ ଘଟିଲା କିଛି ଏଭଳି ଭିଡିଓ ହେଲା ଭାଇରାଲ !

zeenews
0 65

ବଲିଉଡର ରୋମାଂଟିକ୍ କପଲ୍ ଭାବେ ପରିଚିତ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫଙ୍କ କେମେଷ୍ଟ୍ରୀ ପୁଣିଥରେ ଦେଖିବାକୁ ମିଳିଛି । ହେଲେ ଏଥର କୌଣସି ଫିଲ୍ମରେ ନୁହଁ ବରଂ ଫ୍ୟାଶନ୍ ଶୋ’ରେ । ଦିଲ୍ଲୀରେ ଚାଲିଥିବା କୁଟୁର୍ ଫ୍ୟାସନ୍ ୱିକର ଶେଷ ସଂଧ୍ୟାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ର୍ୟାମ୍ପରେ ଏହି ଯୋଡି ହାତରେ ହାତ ଧରି ଚାଲିବାରେ ଆସିଛନ୍ତି ନଜର ।

ମାତ୍ର ଏଥିରେ ସବୁଠାରୁ ମଜାଦାର କଥା ହେଉଛି ସଲମାନ ସିନା କ୍ୟାଟରୀନାଙ୍କ ସହ ଚାଲିଥିଲେ ମାତ୍ର ଯେତେବେଳେ ଶେଷ ସମୟରେ ମନିଷ ମଲହୋତ୍ରାଙ୍କ ସହ ଚାଲିବାର ସମୟ ଆସିଥିଲା ସେତେବେଳେ ସଲମାନ ପୂରା ଝାଳ ଝାଳ ହୋଇଯାଇଥିଲେ । ସଲମାନ ତାଙ୍କ ହାତରେ ବାରମ୍ବାର ଝାଳ ପୋଛୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ମାତ୍ର ଯେତେବେଳେ ଗରମରେ ସେ ଅସ୍ତବ୍ୟସ୍ତ ହୋଇପଡିଲେ ସବୁଥର ଭଳି ଏଥର ମଧ୍ୟ ଜ୍ୟାକେଟ ଖୋଲି ହାତରେ ଧରିଥିଲେ । ସେହିଭଳି ସଲମାନଙ୍କ ସହ କ୍ୟାଟରୀନା ଖୁବ ସୁନ୍ଦର ଦିଶୁଥିଲେ । ସଲମାନ ଥରେ ଦିଥର କ୍ୟାଟଙ୍କୁ ମଧ୍ୟ ଚାହିଁ ଦେଖୁ୍ଥିଲେ ଯେ କ୍ୟାଟଙ୍କର ଝାଳ ବାହାରୁ ନାହିଁ ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More