Only for Entertainment

‘ଭାରତ’ର ନୂଆ ପୋଷ୍ଟରରେ ବୁଢା ବ୍ୟକ୍ତି ଭାବେ ନଜର ଆସିଲେ ସଲମାନ ଖାନ, କହିଲେ…

insta pic of beingsalmankhan
22

ବଲିଉଡ ଭାଇଜାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ । ଏହି ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ । ଫିଲ୍ମର ପ୍ରଥମଥର ପାଇଁ ସଲମାନ ଖାନଙ୍କୁ ୬ଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ ।

ଫିଲ୍ମରେ ସଲମାନଙ୍କ ଲୁକ୍ସକୁ ନେଇ ତାଙ୍କ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଆଜି ସଲମାନ ଖାନ ଫିଲ୍ମରେ ନିଜର ନୂଆ ଲୁକକୁ ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ସଲମାନ ଜଣେ ବୁଢା ବ୍ୟକ୍ତି ଭାବେ ନଜର ଆସିଛନ୍ତି । ସଲମାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି- ‘ଯେତେ ସଫା କେଶ ମୋ ମୁଣ୍ଡ ଏବଂ ଦାଢିରେ ଅଛି ତା’ ଠାରୁ ଅଧିକ ରଙ୍ଗିନ ମୋ ଜୀବନ ରହିଛି ।’

 

ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଦେଶର ସ୍ୱାଧିନତା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସମୟର କାହଣୀ ଦେଖିବାକୁ ମିଳିବ । ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଜ୍ୟାକି ଶ୍ରଫ, ନୋରା ଫତେହୀ, ଦିଶା ପଟାନୀ, ସୁନିଲ ଗ୍ରୋଭର,ତବୁଙ୍କ ପରି କଳାକାର ନଜର ଆସିବେ ।
ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ଅବାସ ଜଫର ଦେଇଥିବା ବେଳେ ଫିଲ୍ମର ଟ୍ରେଲର ୨୪ ଏପ୍ରିଲରେ ରିଲିଜ ହେବ ବୋଲି ଖବର ଆସିଛି । ଏହା ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More