Only for Entertainment

ସଲମାନଙ୍କୁ ଚଢିଲା ପ୍ରତିଶୋଧର ନିଶା, ଏହି ଗାୟକ ହେଲେ ଫିଲ୍ମରୁ ବାହାର ।

RVCJ Media
41

ପୁଲୱାମା ଆକ୍ରମଣ ପରେ ସମସ୍ତେ କ୍ରୋଧ ଜର୍ଜରିତ । କାହା ମନରେ ଶାନ୍ତି ନାହିଁ । ଅଛି କେବଳ ପ୍ରତିଶୋଧର ନିଆଁ । ଏହାକୁ ନେଇ ବିଭିନ୍ନ ଅନୁଷ୍ଠାନ ନାନା ପଦକ୍ଷେପ ନେଉଛନ୍ତି । ଟି ସିରିଜ ପାକିସ୍ତାନ ଗାୟକଙ୍କ ପ୍ରତ୍ୟେକ ଗୀତକୁ ଡିଲିଟ କରିଦେଇଛି । ଏବେ ଭାରତରେ ପାକିସ୍ତାନ ଗାୟକ ଏବଂ ସିଙ୍ଗରଙ୍କୁ ବ୍ୟାନ କରିଦିଆଯାଇଛି । ଯେଉଁଥିରେ ରାହତ ଫତେ ଅଲି ଖାନ ଏବଂ ଆତିଫ ଅସଲମ ମଧ୍ୟ ସାମିଲ ଅଛନ୍ତି । ନିକଟରେ ବଲିଉଡ ଦବଙ୍ଗ ସଲମାନ ଖାନ ମଧ୍ୟ ନେଇଛନ୍ତି ବଡ଼ ପଦକ୍ଷେପ ।

ବାସ୍ତବରେ ସଲମାନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଫିଲ୍ମ ନୋଟବୁକରେ ଥିଲା ଗାୟକ ଆତିଫ ଅସଲମଙ୍କ ଗୀତ । ସଲମାନ ଏହାର ବିରୋଧ କରି ଆତିଫ ଗାଇଥିବା ଗୀତକୁ ଫିଲ୍ମରୁ ଡିଲିଟ କରି ଦେଇଛନ୍ତି । ଖବର ମୁତାବକ ନିର୍ମାତା ଏହି ଗୀତକୁ ପୁଣିଥରେ ରେକର୍ଡ଼ିଙ୍ଗ କରିବେ । ଦିନେ ବା ଦୁଇ ଦିନ ମଧ୍ୟରେ କାମ ଶେଷ ହୋଇଯିବ ।
କହିରଖୁଛୁଯେ ସଲମାନ ତାଙ୍କ ଏନଜିଓ ବିଙ୍ଗ ହ୍ୟୁମାନ ତରଫରୁ ସହୀଦଙ୍କ ପରିବାରକୁ ସାହାଯ୍ୟ କରିଛନ୍ତି ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More