Only for Entertainment

ସେଲ୍ଫି ନେବା ସମୟରେ ବିସ୍ଫୋଟରେ ଉଡିଗଲା ଆତଙ୍କୀଙ୍କ ଟିମ, ଦେଖନ୍ତୁ ଭିଡିଓ !

3,098

ପୁଲୱାମା ହମଲା ପରେ ଭାରତରେ ଏକ ପ୍ରତିଶୋଧର ନିଆଁ ଖେଳିଯାଇଚି । ଭାରତୀୟ ସେନା ଆତଙ୍କବାଦକୁ ନଷ୍ଟ କରିବା ପାଇଁ ଅନେକ ପ୍ରୟାସରେ ଲାଗିପଡିଛନ୍ତି । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ଆତଙ୍କୀ ପୂରା ଟିମ ଜବରଦସ୍ତ ବିସ୍ଫୋଟରେ ଧ୍ୱଂସ ହେଉଥିବାର ଦେଖିବାକୁ ମିଳିଛି । ଖାସ କଥା ହେଉଛି ଏହି ଧମାକା ସେଲ୍ଫି ନେବା ସମୟରେ ହୋଇଛି । ଏହି ଭିଡିଓରେ ଆତଙ୍କୀ ଗୋଟିଏ କୋଠରୀରେ ବସି ସେଲିବେଶନ କରୁଛନ୍ତି ।

ଜଣେ ଆତଙ୍କୀ ଗୀତ ଗାଉଥିବା ବେଳେ ଅନ୍ୟମାନେ ତା ସହ ତାଳ ମେଳାଉଛନ୍ତି । ସେହିସମୟରେ ଜଣେ ଆତଙ୍କୀ ସେଲ୍ଫି ନେବା ପାଇଁ ମୋବାଇଲ ଉଠାଇଲା ବେଳେ କ୍ୟାମେରା କ୍ଲିକ କଲାବେଳେ ଜୋରଦାର ଧମାକା ହୋଇଛି । ଧମାକା ସହ ରୁମରେ ଥିବା ଲୋକମାନେ ଧ୍ୱଂସ ହୋଇଯାଇଛନ୍ତି । ଏହି ଭିଡିଓ ୨୦୧୬ର ବୋଲି ଜାଣିବାକୁ ମିଳିଛି । ତେବେ ଏହି ଲୋକମାନେ ଆଇଏସଆଇଏସ ଆତଙ୍କୀ ବୋଲି ଶୁଣିବାକୁ ମିଳିଛି । ଏହିଭଳି ଆଉ ଏକ ଭିଡିଓ ମଧ୍ୟ ରହିଛି । ଯେଉଁଥିରେ ସେଲ୍ଫି ନେବା ସମୟରେ ପଛପଟୁ ବଡ ଧମାକା ହେଉଛି ଏବଂ ଏହି ଧମାକାରେ ଅନେକ ଆତଙ୍କବାଦୀ ମରି ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More