Only for Entertainment

ରାସ୍ତାରେ ‘ସଲମାନ୍ – ଜ୍ୟାକଲିନ୍’ ଓପନ ରୋମାନ୍ସ ବାଇକ ରାଇଡରେ ବାହାରିଲେ ‘ରେସ୍ – ଥ୍ରୀ’ ଷ୍ଟାର

amarujala
0 52

ଆଗାମୀ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ରେସ୍- ଥ୍ରୀର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ । ଫିଲ୍ମର ସୁଟିଂ ପାଇଁ ଏବେ ଲିଡ୍ ଷ୍ଟାର୍ ସଲମାନ ଓ ଜ୍ୟାକଲିନ୍ ପହଁଚିଛନ୍ତି ଭାରତର ସ୍ୱର୍ଗ କାଶ୍ମିରରେ । ଏକ ରୋମାଂଟିକ ଗୀତ ସୁଟିଂ ପାଇଁ ରେସ୍ – ଥ୍ରୀ ଟିମ୍ ଯାଇଥିବା ବେଳେ, ସୁଟିଂ ସେଟର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ୍ ।

ଦେଖନ୍ତୁ କିପରି ବାଇକରେ ଚାଲିଛି ବୁଲା । ଏଠି ରୋଡ୍ ଟ୍ରିପରେ ବାହାରିଛନ୍ତି ରେସ୍ – ଥ୍ରୀ ଟିମ୍ । ଆଉ ବାଇକରେ ସଲମାନଙ୍କ ସହ ନଜର ଆସିଛନ୍ତି ତାଙ୍କ ନାୟିକା ଜ୍ୟାକଲିନ୍ । କାରଗିଲରୁ ଲେହ ରୋଡ ଟ୍ରିପ ରେ ଯିବା ସମୟର ଏ ହେଉଛି ଦୃଶ୍ୟ । ଯେଉଁଠି ଏମିତି କିଛି ରୋମାଂଟିକ ସିନ ଦେଖିବାକୁ ମିଳିଛି ।

ରେସ – ଥ୍ରୀର ଶେଷ କିଛି ଭାଗ ସୁଟ ଶେଷ କରିବା ପାଇଁ ରେସ୍ – ଥ୍ରୀ ଟିମ ଏବେ ପହଁଚିଛନ୍ତି କାଶ୍ମିରରେ । ପ୍ରଥମ ସୋନମାର୍ଗରେ ଫିଲ୍ମର ସୁଟିଂ କରିଥିଲେ ସଲମାନ । ସିନେମାରେ ସ୍ଥାନ ପାଇବାକୁ ଥିବା ଏକ ରୋମାଂଟିକ ଗୀତ ସୁଟିଂ କରିବା ପାଇଁ ପୁରା ଟିମ ପହଁଚିଛନ୍ତି କାଶ୍ମିର ।

 

ସଲମାନଙ୍କ ସହ ସୁଟିଂ ସେଟର ଏକ ଫଟୋ  ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ଅଭିନେତ୍ରୀ ଜ୍ୟାକଲିନ୍ । ସେହିପରି କାରଗିଲରୁ ଲେହ ଯିବା ସମୟର ଏକ ଭିଡିଓ ବି ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ ଜ୍ୟାକଲିନ୍ । ଟିମ୍ ରେସ୍ – ଥ୍ରୀ ରୋଡ୍ ଟ୍ରିପରେ କାରଗିଲରୁ ଯାଇଥିଲେ ଲେ । ଆଉ ସେଠାର ଫିଲ୍ମର ବାକିଥିବ ସୁଟିଂ ଶେଷ କରିବାର ଯୋଜନା ରଖିଛନ୍ତି ମେକର୍ । ରମେଶ ତୁରାନୀ ଓ ସଲମାନ୍ ଖାନଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ରେସ୍ – ଥ୍ରୀରେ ସଲମାନ୍ ଓ ଜ୍ୟାକଲିନଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ ।

ତେବେ ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ବବି ଦେଓଲ୍, ଡେଜି ଶାହ, ଅନୀଲ୍ କପୁର୍, ସକିବ ସଲିମ୍ ଆଦି କଳାକାରଙ୍କ ଅଭିନୟ ବି ଦେଖିବାକୁ ମିଳିବ । ଫିଲ୍ମର ପୋଷ୍ଟର ରିଲିଜ ହୋଇଥବାବେଳେ ଖୁବଶୀଘ୍ର ଶେଷ ହେବ ସିନେମାର ସୁଟିଂ । ଚଳିତ ବର୍ଷ ଇଦ ଅବସରରେ ପରଦାକୁ ଆସିବ ରେସ୍ – ଥ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More