Only for Entertainment

ସଲମାନଙ୍କୁ ୫ବର୍ଷ ଜେଲ, ଏହି ଫିଲ୍ମ ଉପରେ ପଡିବ ପ୍ରଭାବ ।

aajtak
0 98

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ କେସରେ ଅଭିନେତା ସଲମାନ ଖାନଙ୍କୁ ଦୋଷି ସାବ୍ୟସ୍ତ କରାଯାଇ ୫ବର୍ଷ ପାଇଁ ଜେଲ ହୋଇଛି । ଏହାସହ ଅଭିନେତା ସୈଫ ଅଲ୍ଲୀ ଖାନ, ଅଭିନେତ୍ରୀ ନିଲମ, ସୋନାଲୀ, ତବ୍ୱୁ ଏବଂ ଦୁଷ୍ୟନ୍ତ ସିଂହଙ୍କୁ ଜାମିନ ମିଳିଯାଇଛି । ୨୮ମାର୍ଚ୍ଚରେ ଏହି ମାମଲାରେ କୋର୍ଟରେ ସିଜେଏମ ଦେବ କୁମାର ଖତ୍ରୀଙ୍କୁ କୋର୍ଟ ଶୂଣାଣି ହୋଇଥିଲା । ଏହାପରେ ଜର୍ଜ ତାଙ୍କ ଫଏସଲା ସୁରକ୍ଷିତ ରଖିଥିଲେ ।

ଯୋଦ୍ଧପୁର ଜେଲରେ ଡିଆଇଜି ବିକ୍ରମ ସିଂ କହିଛନ୍ତି କଡା ସୁରକ୍ଷା କରାଯିବ । ବାଥରୁମ ଉତ୍ତମ ସ୍ଥିତିରେ ଅଛି, ଯାହା ଅନ୍ୟ କଏଦୀ ମାନଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଏ । ସଲମାନ ଆଶାରାମଙ୍କ ସହ ରହି ପାରନ୍ତି ।
ସଲମାନଙ୍କର ଦୋଷୀ ସାବ୍ୟସ୍ତ ହେଲା ପରେ ଦୁଇ ଭଉଣୀ କାନ୍ଦି ପକାଇଥିଲେ । ମାତ୍ର ତାଙ୍କୁ ସଜା ମିଳିଲା ପରେ ବିଶ୍ନୋୟୀ ସମାଜ ନିଜର ଖୁସି ପ୍ରକାଶ କରିଛନ୍ତି ।

ସଲମାନଙ୍କ ଓକିଲ ୨ବର୍ଷ ଦଣ୍ଡ ମାଗିବା ସମୟରେ ସରକାରୀ ଓକିଲ ତାଙ୍କ ପାଇଁ ୬ବର୍ଷ ଦଣ୍ଡ ମାଗିଥିଲେ ।
ସଲମାନଙ୍କର ଦଣ୍ଡାଦେଶ ପରେ ପ୍ରଭାବିତ ହେବ ବକ୍ସଅଫିସ । ଜାଣନ୍ତୁ ସଲମାନଙ୍କ ସଜା କାହା ଉପରେ ପ୍ରଭାବ ପକାଇବ ।

ରେସ ୩
ସଲମାନ ଖାନ ଏହି ସମୟରେ ରେସ ୩ର ସୁଟିଂରେ ବ୍ୟସ୍ତ ଥିଲେ । ଏହି ଫିଲ୍ମ ସୁଟିଂ ଏବେ ଅଧା ରହିଛି । ଏହି ଫିଲ୍ମର ବଜେଟ ଥିଲା ୧୦୦କୋଟି । ସଲମାନ ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ।

ଭାରତ
ଏହି ଫିଲ୍ମ ବଜେଟ ମଧ୍ୟ ୨୦୦କୋଟି ରହିଥିଲା । ଏହି ଫିଲ୍ମ ଏକ କୋରିଅନ ଫିଲ୍ମ ଅଡ ଟୁ ମାୟ ଫାଦର ହିନ୍ଦୀ ରିମେକ । ଏହି ଫିଲ୍ମରେ ମଧ୍ୟ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତେ ।

ଦବଙ୍ଗ ୩
ଦବଙ୍ଗ ୩ର ସୁପରହିଟ ସିରିଜରେ ମଧ୍ୟ ସଲମାନ ରହିଥାନ୍ତେ ଏବଂ ଏହି ଫିଲ୍ମର ସୁଟିଂ ବର୍ଷ ଶେଷରେ ଆରମ୍ଭ ହୋଇଥାଆନ୍ତା ।

ବିଗବସ ୧୨
ବିଗବସ ୧୨ରେ ମଧ୍ୟ ସଲମାନଙ୍କୁ ଦେଖିବାକୁ ମିଳିଥାଆନ୍ତା ମାତ୍ର ଏହା ଉପରେ ମଧ୍ୟ ସଲମାନଙ୍କ ଦୋଷୀ ସାବ୍ୟସ୍ତ ହେବା ପ୍ରଭାବ ପକାଇବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More