Only for Entertainment

ଯେଉଁ ଫିଲ୍ମର କାହାଣୀ ମୋତେ ଗୋଟିଏ ଥରରେ ସନ୍ତୁଷ୍ଟ କରିଦିଏ ମୁଁ ସେହି ଫିଲ୍ମକୁ ଚୟନ କରେ: ସଲମାନ ଖାନ

DNA India
0 36

ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ରେସ-୩’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ତେବେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ କି ନାହିଁ ତାହା ଫିଲ୍ମ ରିଲିଜ ହେବାପରେ ଜଣାପଡିବ । କିନ୍ତୁ ବଲିଉଡର ଏହି ମହଙ୍ଗା ଷ୍ଟାରଙ୍କ ମତରେ ଫିଲ୍ମ ଚୟନ କରିବା ପାଇଁ ସଲମାନଙ୍କୁ ବେଶୀ ସମୟ ଲାଗେନାହିଁ ।

‘ଦବଙ୍ଗ’, ‘ବଜରଙ୍ଗୀ ଭାଇଜାନ’, ‘ଟାଇଗର ଜିନ୍ଦା ହେ’ ଏବଂ ‘ସୁଲତାନ’ ପରି ସୁପରହିଟ ଫିଲ୍ମ ଦେଇଥିବା ସଲମାନଙ୍କ ମତରେ ଯେଉଁ ଫିଲ୍ମ ମୋତେ ଗୋଟିଏ ଥରରେ ସନ୍ତୁଷ୍ଟ ଏବଂ ପ୍ରଭାବିତ କରିଦେଇଥାଏ ତାହାକୁ ସାଇନ କରିବାକୁ ମୁଁ ସମୟ ନେଇନଥାଏ ।

ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯଦି ଫିଲ୍ମର କାହାଣୀ ମୋତେ ପସନ୍ଦ ଆସିଲା ତେବେ ମୁଁ କାଲି କହିବି, ଭାବିବା ପାଇଁ ସମୟ ଦରକାର ନକହି ତୁରନ୍ତୁ ହଁ କରିଥାଏ ।

ଉଲ୍ଲେଖଯୋଗ୍ୟ ସଲମାନ ‘ରେସ-୩’ ଜୁନ ୧୫ରେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବ୍ୟତିତ ଅନୀଲ କପୁର, ଜ୍ୟାକଲିନ ଫର୍ଣ୍ଣାଡିଜ, ଡେଜି ଶାହ, ବବି ଦେଓଲ ଏବଂ ସକିବ ସଲିମଙ୍କ ଆଦି ନଜର ଆସିବେ । ରେସ-୩ ପରେ ସଲମାନ ‘ଭାରତ’, ‘ଦବଙ୍ଗ-୩’, ‘ଶେର ଖାନ’ ପରି ଫିଲ୍ମରେ ନଜର ଆସିବେ । ତେବେ ଆଶା କରାଯାଉଛି ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More