Only for Entertainment

ବିବାହ କରିବା ପାଇଁ ସଲମାନ ଖାନ ‘ଆବେଲେବଲ’ ଅଛନ୍ତି !

27

ମୈନେ ପ୍ୟାର କିୟା ଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଦର୍ଶକ ସଲମାନ ଖାନ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିଛନ୍ତି । ଏତେ ବର୍ଷ ମଧ୍ୟରେ ସଲମାନ ଅନେକ କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କିନ୍ତୁ ଗୋଟିଏ ପ୍ରଶ୍ନ ସବୁବେଳେ ତାଙ୍କ ପିଛା ଛାଡେ ନାହିଁ ‘ସଲମାନ ବିବାହ କେବେ କରିବ’ ।

ଗତ କିଛି ଦିନ ତଳେ ଦବଙ୍ଗ୩ର ଟ୍ରେଲର ଲଂଚ ସମୟରେ ଏହି ପ୍ରଶ୍ନ ପୁଣିଥରେ ସାମ୍ନା କରିଛି । ସଲମାନ ଖାନ ଯିଏ କି ଏହି ପ୍ରଶ୍ନର ଉତ୍ତର ଦେଇ ଦେଇ ଥକି ଗଲେଣି , କିନ୍ତୁ ଏଥର କିଛି ଭିନ୍ନ ଧରଣର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ ଚୁଲବୁଲ ପାଣ୍ଡେ ବିବାହ କରିସାରିଛନ୍ତି ମାତ୍ର ସଲମାନ ଖାନ ବିବାହ ପାଇଁ ‘ଆବେଲେବଲ’ ଅଛନ୍ତି !

ଏଠାରେ ଆମେ କହି ରଖୁଛୁ ଯେ ୩ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ପ୍ରଭୁଦେବା ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ସଲମାନ ପ୍ରଭୁ ଦେବାଙ୍କ ସହ ଆଉ ଏକ ଫିଲ୍ମ ରାଧେ’ରେ ନଜର ଆସିବେ । ଏହି ଫିଲ୍ମ ୨୦୨୦ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More