Only for Entertainment

ରେସ୩ ଫିଲ୍ମର ଅବସ୍ଥାକୁ ନେଇ ଭୟଭୀତ ସଲମାନ, ଆଗାମୀ ଫିଲ୍ମ ପାଇଁ ନେଲେ ଏହି ନିଷ୍ପତ୍ତି ! !

Eastern Eye
0 58

ରେସ୩ ଫିଲ୍ମ ୧୭୦-୧୮୦କୋଟି ବ୍ୟବସାୟ କରି ମଧ୍ୟ ଫ୍ଲପ ହୋଇଥିଲା । ସଲମାନ ଖାନ ଏହି ସମ୍ପର୍କରେ କିଛି କାହାକୁ ନ କହିଲେ ମଧ୍ୟ ଏକ ଭୟରେ ଅଛନ୍ତି, ମାତ୍ର ତାଙ୍କର ବନ୍ଧୁ କହିଛନ୍ତି ଯେ ସଲମାନଙ୍କ ଫିଲ୍ମ ଫ୍ଲପ କାରଣରୁ ତାଙ୍କୁ ଶକ୍ତ ଧକ୍କା ଲାଗିଛି । କାରଣ ସଲମାନଙ୍କ ଫିଲ୍ମରେ ୧୮୦କୋଟି ବ୍ୟବସାୟ କିଛି ଅଧିକ ନୁହେଁ ।

ଏକ ରିପୋର୍ଟ ମୁତାବକ ସଲମାନ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ତାଙ୍କ ପୁର୍ବ ଫିଲ୍ମ ଭଳି କିଛି ନ ହେଉ । ଏହିକାରଣରୁ ସେ ଭାବିଚିନ୍ତି ଏବେ ପଦକ୍ଷେପ ନେଉଛନ୍ତି ଏବଂ ଫିଲ୍ମ ଟିମ ସହ ବାରମ୍ବାର ୱାର୍କସପ ଏବଂ ସେଶନ କରୁଛନ୍ତି । ସଲମାନ ଏଥର ପୂରା ତାଙ୍କ ଫିଲ୍ମ ଉପରେ ଧ୍ୟାନ ଦେଉଛନ୍ତି ଯେ ରେସ ୩ଭଳି ଭାରତ ଫିଲ୍ମୀ ଅବସ୍ଥା ନହେଉ । ରେସ୩ କାହାଣୀ ଲୋକଙ୍କୁ ପସନ୍ଦ ଆସି ନଥିଲା । ଯାହାଫଳରେ ଫ୍ଲପ ହୋଇଥିଲା । ସଲମାନ ଏଥର ସ୍କ୍ରିପ୍ଟ ଉପରେ ଖୁବ ଧ୍ୟାନ ଦେଉଛନ୍ତି ।

ଭାରତ ସଲମାନଙ୍କ କ୍ୟାରିୟରର ସବୁଠାରୁ ମୁଖ୍ୟ ଫିଲ୍ମ ମଧ୍ୟରେ ଗଣତି କରାଯାଉଛି । ଏଥିରେ ସଲମାନଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିବ । ଯାହା ତାଙ୍କ କ୍ୟାରେକ୍ଟରର ଭିନ୍ନ ଭିନ୍ନ ସ୍ତର ଦେଖାଇବ । ଦବଙ୍ଗ ଖାନ ଏଥିପାଇଁ କଠିନ ପରିଶ୍ରମ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More