Only for Entertainment

ମେନେ ପ୍ୟାର କିୟା: ସଲମାନ ଖାନ ଦେଇଥିଲେ ସ୍କ୍ରିନ୍ ଟେଷ୍ଟ, ୩୦ବର୍ଷ ପୂରୁଣା ଭିଡିଓ ଭାଇରାଲ !

106

ସଲମାନ ଖାନ ବଲିଉଡରେ ପ୍ରଥମଥର ଯେଉଁ ଫିଲ୍ମରେ ପ୍ରସିଦ୍ଧ ହୋଇଥିଲେ ତାହା ହେଉଛି ୩୦ବର୍ଷ ପୂରୁଣା ୧୯୮୯ରେ ରିଲିଜ ହୋଇଥିବା ଫିଲ୍ମ ମେନେ ପ୍ୟାର କିୟା । ଏହି ଫିଲ୍ମରେ ପ୍ରେମଙ୍କ ଭୂମିକାରେ ସଲମାନ ଖାନଙ୍କ ରୋମାଂଟିକ ଅନ୍ଦାଜ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିଥିଲେ ଭାଗ୍ୟଶ୍ରୀ । ଦୁହିଁଙ୍କ ଯୋଡି ସୁପରହିଟ ହୋଇଥିଲା ।

ଏବେ ସଲମାନ ବଲିଉଡର ସୁଲତାନ ଅଟେ, କିନ୍ତୁ ମେନେ ପ୍ୟାର କିୟା ପାଇଁ ଷ୍ଟ୍ରଗଲ ଅଭିନେତାଙ୍କ ଭଳି ତାଙ୍କୁ ମଧ୍ୟ ଅଡିସନ ଦେବାକୁ ପଡିଥିଲା , ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ସଲମାନଙ୍କ ଜବରଦସ୍ତ ଅଡିସନ । ତେବେ ୩୦ବର୍ଷ ପରେ ମଧ୍ୟ ସଲମାନଙ୍କ ଯାଦୁ କାୟମ ରହିଛି ବଲିଉଡରେ । କିଛି ଦିନ ହେବ ସେ ଫିଲ୍ମ ଦବଙ୍ଗ୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାସହ ସଲମାନ କିକ୨, ୨୦୨୦ରେ ରିଲିଜ କରିବେ ଘୋଷଣା କରିଛନ୍ତି । ସଲମାନଙ୍କ ଫିଲ୍ମ ତାଲିକା ଦେଖିବାକୁ ଗଲେ ଆସନ୍ତା ବର୍ଷ ବଲିଉଡରେ ମଧ୍ୟ ସଲମାନ ଚହଳ ପକାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More