Only for Entertainment

ଫିଲ୍ମ ଭାରତରେ ସୁଟିଂ ହେଲା ଆରମ୍ଭ, ପ୍ରଫେସନାଲ କ୍ୟାମେରା ସହ ନଜର ଆସିଲେ ଦବଙ୍ଗ ଖାନ ।

0 43

ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ଫିଲ୍ମ ଭାରତକୁ ନେଇ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବେ ଫିଲ୍ମର ପୂରା ଟିମ ମାଲ୍ଟାରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ ତାଙ୍କ ଇନଷ୍ଟାଗ୍ରାମ ଅଭାଉଂଟରେ ଏକ ଫଟୋ ଶେୟାର କରିଛନ୍ତି , ଯେଉଁତିରେ ସେ ଏକ ପ୍ରଫେସନାଲ କ୍ୟାମେରା ଧରି ଫଟୋ କ୍ଲିକ କରୁଥିବାର ନଜର ଆସିଥିଲେ । ଫଟୋ ଶେୟାର କରି ସେ ଲେଖିଛନ୍ତି ଭଲ ଫଟୋ ଉଠାଇବା ପାଇଁ ଫୋକସ କରିବାକୁ ପଡିବ । ସେହିଭଳି ଜୀବନରେ ସବୁ ଜିନିଷ ପାଇଁ ଏହା ସଠିକ ନିଷ୍ପତି ଅଟେ ।


ସେହିଭଳି ଫଟୋ କ୍ଲିକ କରୁଥିବା ସମୟରେ ସଲମାନଙ୍କ ଏକ ଫଟୋ ତାଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ସଲମାନ ପୂରା ଫୋକସ ସହ କ୍ୟାମେରା ହ୍ୟାଣ୍ଡେଲ କରୁଥିବାର ନଜର ଆସିଛନ୍ତି ।

Shooting in #Malta @beingsalmankhan @bharat_thefilm @aliabbaszafar

A post shared by Atul Agnihotri (@atulreellife) on


ଫିଲ୍ମ ବିଷୟରେ କହିବାକୁ ଗଲେ ସଳମାନ ଖାନ ଫିଲ୍ମ ଭାରତ ୨୦୧୯ରେ ଈଦ ସମୟରେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟରୀନା କୈଫ, ଦିଶା ପାଟନୀ , ନୋରା ଫତେହୀ, ତବ୍ୱୁ, ସୁନୀଲ ଗ୍ରୋବର ଏବଂ ଆସିଫ ଶେଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More