Only for Entertainment

ଇଦରେ ଧମାକା କରିବାକୁ ଆସୁଛନ୍ତି ସଲମାନ, ଭିଡିଓରେ ଶେୟାର କଲେ ଭାରତର ଯାତ୍ରା !

30

ବଲିଉଡ ଅଭିନେତା ସଲମାନ ଖାନ ଏବଂ କ୍ୟାଟରୀନା କୈଫ ଏଥର ଦର୍ଶକଙ୍କ ଚାରଚାନ୍ଦ ଲଗାଇବା ପାଇଁ ଆସିବେ । ଅଲୀ ଅବାସ ଜଫରଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଏବେ ପର୍ଯ୍ୟନ୍ତ ୫ଟି ପୋଷ୍ଟର ରିଲିଜ ହୋଇସାରିଲାଣି । ଯେଉଁଥିରେ ସଲମାନ ଏବଂ କ୍ୟାଟରୀନାଙ୍କ ଜବରଦସ୍ତ ଲୁକ ଦେଖିବାକୁ ମିଳିଛି ।

୫ଟିଲୁକରେ ସଲମାନଙ୍କ ଖୁବ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଭିଡିଓ ଶେୟାର କରି ସଲମାନ ଲେଖିଛନ୍ତି-ଦେଖନ୍ତୁ ଭାରତ ଯାତ୍ରା ଏହି ଇଦରେ ! ଏହି ଭିଡିଓ ଖୁବ ମଜାଦାର ହୋଇଛି ଏବଂ ଏହାକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।ଏହାପୂର୍ବରୁ ସଲମାନଙ୍କ ୫ଟି ପୋଷ୍ଟର ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ସଲମାନଙ୍କର ପାଖାପାଖି ୬ଟି ଲୁକ ରହିବ । ଶୁଣିବାକୁ ମିଳିଛି ଯେ ଫିଲ୍ମ ରିଲିଜ ହେବ ପୂର୍ବରୁ ସମସ୍ତ ଲୁକ ଧୀରେ ଧୀରେ ସାମ୍ନାକୁ ଆସିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଭାରତ’ରେ ଦେଶର ଭାଗକୁ ନେଇ ଏବେ ପର୍ଯ୍ୟନ୍ତ କାହାଣୀ ଯାହା ଭୂମିକାକୁ ନେଇ ପରଦାରେ ଦେଖିବାକୁ ମିଳିବ , ଯାହାର ନା ଭାରତ ରହିଛି ଏବଂ ଏହି ଭୂମିକା ସଲମାନ ତୁଲାଇବେ ।

ଫିଲ୍ମରେ ସଲମାନଙ୍କ ବ୍ୟତୀତ କ୍ୟାଟ, ଦୀଶା ପାଟନୀ, ତବୁ , ଜାକି ଶ୍ରଫ ଏବଂ ସୁନୀଲ ଗ୍ରୋବର ନଜର ଆସିବେ । ଏହି ଫିଲ୍ମ ୫ଜୁନରେ ରିଲିଜ ହେବ । ଏହାପୂର୍ବରୁ ୨୪ଅପ୍ରେଲରେ ଏହି ଫିଲ୍ମର ଟ୍ରେଲର ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More