Only for Entertainment

ସଲମାନ ଶେୟାର କଲେ ‘ନୋଟବୁକ’ର ଦ୍ୱିତୀୟ ଗୀତ ।

bollywood tadka
24

ବଲିଉଡ ଆକ୍ଟର ସଲମାନ ଖାନଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଥିବା ଫିଲ୍ମ ନୋଟବୁକ ଦ୍ୱିତୀୟ ଗୀତ ଲୈଲା ରିଲିଜ ହୋଇ ସାରିଛି । ଏହି ଗୀତକୁ ସଲମାନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ସଲମାନ ଲେଖିଛନ୍ତି କବୀର ପାଇଁ ପ୍ରେମର ଘୋଷଣା ।

ପ୍ରନୂତନ ବହଲ ଏବଂ ଜହୀର ଇକବାଲଙ୍କ ଏହି ଗୀତ ଖୁବ ରୋମାଂଟିକ ହୋଇଛି । ଏହି ଗୀତରେ କାଶ୍ମୀର ଅଂଚଳର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ଗୀତକୁ ଗାଇଛନ୍ତି ଭବାନୀ ଭାନୁଶାଳୀ ।ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନିତିନକକ୍କର ।

ଫିଲ୍ମର ଟ୍ରେଲର ପ୍ରଥମରୁ ଆସିସାରିଛି । ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ୨୯ ମାର୍ଚ୍ଚକୁ ସିନେମା ଘରେ ଫିଲ୍ମ ରିଲିଜ ହେବ । ଫିଲ୍ମ ସଲମାନଙ୍କ ପ୍ରଡକ୍ସନ ହାଉସ ନିର୍ମାଣ କରୁଛି । ଖବର ଅନୁସାରେ ଫିଲ୍ମର ଲିଡ ଆକ୍ଟର ଜହୀର ଇକବାଲ ସଲମାନଙ୍କ ପିଲା ଦିନର ସାଙ୍ଗର ପୁଅ । ଅଭିନେତ୍ରୀ ପ୍ରନୁତନ ଆକ୍ଟର ମୋହନିଶ ବହଲଙ୍କ ଝିଅ । ଏହି ଦୁଇ ଷ୍ଟାରଙ୍କର ଏହା ହେଉଛି ଡେବ୍ୟୁ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More