Only for Entertainment

୬ ବର୍ଷର ରୁପସାଙ୍କୁ ଦେଖି ସଲମାନ ଆଶ୍ଚର୍ଯ୍ୟ, ହାରିଗଲେ କ୍ୟାଟ୍ରିନା ।

41

ସଲମାନ ଏବଂ କ୍ୟାଟ୍ରିନା ଏବେ ଉଭୟ ଫିଲ୍ମ ଭାରତର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ଦୁଇଜଣ ସୁପର ଡ୍ୟାନ୍ସର ଥ୍ରି ଶୋ’ରେ ପହଂଚିଥିଲେ । ଏହି ଶୋ’ରେ ସଲମାନଖାନ ୬ ବର୍ଷର ରୂପସାଙ୍କ ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କ୍ୟାଟ୍ରିନା ରୂପସାଙ୍କ ସହିତ ଡ୍ୟାନ୍ସ ଚ୍ୟାଲେଂଜ ଗ୍ରହଣ କଲେ । ଏହାର ପ୍ରମୋ ସୋନି ଟିଭି ସୋସିଆଲ ମିଡିଆରେ ଶେୟାର କରିଛି ।

ପ୍ରମୋରେ ରୂପସା କ୍ୟାଟ୍ରିନା କୈଫଙ୍କ ହିଟ ନମ୍ବର ଅଫଗାନ ଜଲେବିରେ ଡ୍ୟାନ୍ସ କରୁଥିବାର ନଜର ଆସିଛି । ମଜାଦାର କଥା ହେଉଛି ଡ୍ୟାନ୍ସ ଦେଖି ସଲମାନ କହୁଛନ୍ତିଯେ, ଏ କ’ଣ ହେଉଛି? ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି । ତେବେ ରୂପସାଙ୍କ ଡ୍ୟାନ୍ସ ପରେ କ୍ୟାଟ୍ରିନା ମଧ୍ୟ ରୂପସାଙ୍କ ସହିତ ଡ୍ୟାନ୍ସ କଲେ । କିନ୍ତୁ ଯେତେ ବେଗରେ ରୂପସା ଡ୍ୟାନ୍ସ କରୁଛନ୍ତି କ୍ୟାଟ୍ରିନା ସେଭଳି କରିପାରୁ ନାହାଁନ୍ତି ।

ତେବେ ଏହା ସହିତ ଶିଳ୍ପା ଏବଂ ଗୀତାଙ୍କ ମଜାକ ଉଡ଼ାଇବା ସହିତ ଅନୁରାଗଙ୍କୁ ଭଲ କମେଂଟ କରିଛନ୍ତି ସଲମାନ । ଯେଉଁଥିରେ ସଲମାନ ଶିଳ୍ପାଙ୍କୁ ଦେଖି କହୁଛନ୍ତି ଜଣେ ସବୁବେଳେ କାନ୍ଦୁଛି, ଗୀତାଙ୍କୁ ଦେଖି କହୁଛନ୍ତି ଜଣେ ସବୁବେଳେ ହସୁଛି ।
କହିରଖୁଛୁ ୫ ଜୁନକୁ ସଲମାନଙ୍କ ଫିଲ୍ମ ଭାରତ ସିନେମାଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More