Only for Entertainment

ସଲମାନ ଖାନ ଗୋଟେ ଦିନ ଛୁଟି ନେଲେ ଶହ ଶହ ଲୋକଙ୍କୁ ମିଳେନାହିଁ ଦରମା, ଏହିକାରଣରୁ ସବୁଦିନ କରନ୍ତି କାମ ।

IBTimes India
0 28

ସୁପରଷ୍ଟାର ସଲମାନ ଖାନ ଏବେ ଆଉ ଏକ ବ୍ଲକ ବାଷ୍ଟର ଦେବା ଲାଗି ପ୍ରସ୍ତୁତ ହେଲେଣି । ସଲମାନଙ୍କ ରେସ-୩ ଇଦରେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବ୍ୟତୀତ ଆହୁରି ୬ଜଣ ବଡ କଳାକାର ଅଛନ୍ତି । ଖବର ମୁତାବକ ବବିଙ୍କ ଠାରୁ ନେଇ ସକିବ ସଲିମଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଦରମା ଦିଆଯାଇଛି ।

ଫିଲ୍ମ ବ୍ୟତୀତ ସଲମାନ ୧୦ବର୍ଷ ପରେ ଟିଭି ସୋ ‘ଦଶ କା ଦମ’ରେ ଫେରିବାକୁ ଯାଉଛନ୍ତି । ସୋମବାର ରାତିରେ ହୋଇଥିବା ଲଂଚିରେ ଟିଭିରେ ହୋଇଥିବା ଅଭିଜ୍ଞତା ସମ୍ପର୍କରେ ସେୟାର କରିଥିଲେ । ସେ କହିଥିଲେ ପ୍ରଥମେ ଟିଭିରେ ଆସିବା ପାଇଁ ତାଙ୍କୁ ଡର ଲାଗୁଥିଲା । ଏହାପରେ ସେ ତାଙ୍କ ବାପାଙ୍କୁ ପଚାରିଥିଲେ ଯେ ସେ ଟିଭି ସୋ’ କରିବେ କି ନାହିଁ, କାରଣ ସେଠାରେ ସାଧାରଣ ଜନତା ଥିବେ । ସେ ନିଜର ବ୍ୟକ୍ତିତ୍ୱକୁ ନେଇ ଭୟଭୀତ ଥିଲେ । ଏହା ଉପରେ ତାଙ୍କ ବାପା ସଲିମ ଖାନ ତାଙ୍କୁ ଉତ୍ତମ ପ୍ରସ୍ତାବ ଦେଇଥିଲେ । ତାଙ୍କ ବାପା କହିଥିଲେ ଯେ ଏହି ସମୟ ହେଉଛି ତୁମେ ତୁମର ବ୍ୟକ୍ତିତ୍ୱ ଲୋକଙ୍କ ସମ୍ମୁଖରେ ଆଣ ଏବଂ ଦେଖାଅ ତୁମେ କଣ । ଯଦି ଲୋକମାନେ ତମର ଏହି ବ୍ୟକ୍ତିତ୍ୱକୁ ସ୍ୱୀକାର କଲେ ଠିକ ନଚେତ ନିଜର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆଣ । ଏହାପରେ ସେ ଟିଭିରେ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଛୁଟି ନ ନେଇ ସବୁବେଳେ କାମ କରନ୍ତି । ସଲମାନ କହିଛନ୍ତି ଯେ, ସେ ସବୁବେଳେ କାମ କରିବା କାରଣରୁ ଅନ୍ୟମାନଙ୍କୁ ବେତନ ମିଳିଥାଏ । ତେଣୁ ଛୁଟି ନନେଇ ମୁଁ କାମ କରିବା ଉଚିତ । ତାଙ୍କ ଜୀବନ ହିଁ ତାଙ୍କର ଅବକାଶ ବୋଲି ସଲମାନ ଖାନ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More