Only for Entertainment

ଗାନ୍ଧୀ ଜୟନ୍ତୀ ଅବସରରେ ଫ୍ୟାନ୍ସଙ୍କୁ ସ୍ପେଶାଲ ମେସେଜ ଦେଲେ ସଲମାନ ଖାନ, ଦେଖନ୍ତୁ ଭିଡିଓ

DNA India
33

ବଲିଉଡ ଅଭିନେତା ସଲମାନ ଖାନ ଗାନ୍ଧୀ ଜୟନ୍ତୀ ଅବସରରେ ଫ୍ୟାନ୍ସଙ୍କୁ ଏକ ଖାସ ମେସେଜ ଦେଇଛନ୍ତି । ଅଭିନେତା ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଗାନ୍ଧୀ ଜୟନ୍ତୀ ଅବସରରେ ଭାଇ କହିଲେ ଆପଣଙ୍କୁ ଏହି ମେସେଜ ଦେବା ପାଇଁ…ଏବଂ ଚୁଲବୁଲ ପାଣ୍ଡେ ଏବେ ରେଡୀ ।

ଭିଡିଓରେ ସଲମାନ କହିଛନ୍ତି, ‘୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ । ଗାନ୍ଧୀ ଜୟନ୍ତୀକୁ ଧମଧାମରେ ପାଳନ କରନ୍ତୁ । ମହାତ୍ମା ଗାନ୍ଧୀ ରାଷ୍ଟ୍ରର ପିତା ଅଟନ୍ତି । ଏହା ସହିତ ଫିଟ ଇଣ୍ଡିଆ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଭାରତକୁ ସ୍ୱଚ୍ଛ ରଖନ୍ତୁ । ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତୀୟ ଏବଂ ଫିଟ ଇଣ୍ଡିଆ ।’ ସଲମାନଙ୍କ ଏହି ମେସେଜ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି ।

 

 

View this post on Instagram

 

#GandhiJayanti k is mauke pe, Bhai ne bola aapko message dene ko… aur Chulbul Pandey is ready! #PMOIndia @kiren.rijiju

A post shared by Chulbul Pandey (@beingsalmankhan) on

ସଲମାନଲଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଏବେ ଦବଙ୍ଗ ୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଛନ୍ତି । ସଲମାନଙ୍କ ସହିତ ଫିଲ୍ମରେ ସୋନାକ୍ଷୀ ସିହ୍ନା ଫିମେଲ ଲିଡରେ ନଜର ଆସିବେ । ଫିଲ୍ମ ୨୦ ଡିସେମ୍ବରରେ ରିଲିଜ ହେବ । ଏହି ଫିଲ୍ମ ବ୍ୟତିତ ସଲମାନଙ୍କୁ କିକ ୨, ଏକ ଥା ଟାଇଗର ୩ରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More