Only for Entertainment

ଦୁବାଇର ଏକ ମଲରେ ସଲମାନଙ୍କ ଚିଲ ଆଉଟ, ଦେଖନ୍ତୁ ଭିଡିଓ

instagram
0 35

ଅନେକ ଦେଶରେ ଦବଙ୍ଗ ଟୁର କରିସାରିବା ପରେ ସଲମାନ ଏବେ ରିଲାକ୍ସ ମୁଡରେ ଅଛନ୍ତି । ସଲମାନ ଏବେ କାମରୁ ବ୍ରେକ ନେଇ ଦୁବାଇର ଏକ ମଲରେ ତିଲ ଆଉଟ କରୁଥିବାର ଦେଖିବାକୁ ମିଳିଛି । ଇଣ୍ଟରନେଟରେ ଅପଲୋଡ କରାଯାଇଥିବା ଲାଟେଷ୍ଟ ଭିଡିଓରେ ସଲମାନ ଖାନ ଦୁବାଇର ଏକ ମଲରେ ବୁଲୁଥିବାର ଦେଖିବାକୁ ମିଳିଛି ।

 

ସଲମାନଙ୍କ ଫ୍ୟାନକ୍ଲବ ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ ସଲମାନ ମଲ ଭିତରେ ବୁଲୁଥିବା ବେଳେ ଆଉ ଏକ ଭିଡିଓରେ ସେ ମଲ ବାହାରେ ବସି ମୋବାଇଲରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏହା ସହିତ ସଲମାନ ସେଠାରେ ତାଙ୍କର କିଛି ଫ୍ୟାନମାନଙ୍କ ସହିତ ଫଟୋ ଉଠାଇଥିଲେ ।

 

ଫିଲ୍ମ ବିଷୟରେ କହିବାକୁ ଗଲେ ସଲମାନ ଖୁବ ଶୀଘ୍ର ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ଆରମ୍ଭ କରିବେ । ଫିଲ୍ମରେ ତାଙ୍କ ବିପକ୍ଷରେ ପ୍ରିୟଙ୍କା ଚେପ୍ରାଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More