Only for Entertainment

୧୯ ବର୍ଷ ପରେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ନଜର ଆସିବେ ସଲମାନ ଖାନ

DNA India
117

ସଲମାନ ଖାନ ଏବଂ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ୧୯ ବର୍ଷ ପରେ ପୁଣି ଏକା ସହିତ କାମ କରିବାକୁ ଯାଉଛନ୍ତି । ୧୯୯୯ରେ ସଲମାନ ଖାନ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦମ ଦି ଦେ ଚୁକେ ସନମ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଜର ଆସିଥିଲେ । ଏହି ରୋମାଣ୍ଟିକ ଫିଲ୍ମକୁ ଦର୍ଶକ ଆଜି ମଧ୍ୟ ଦେଖିବାକୁ ପସନ୍ଦ କରିଥାନ୍ତି । ଏହା ପରେ ସଲମାନ ଖାନ ଏବଂ ସଂଜୟ ଲୀଲା ଭଂସାଲୀ ଚାହିଁ ମଧ୍ୟ ପରସ୍ପର ସହିତ କାମ କରିପାରିନାହାଁନ୍ତି ।

Humdilde2

ତାଜା ରିପୋର୍ଟ ଅନୁସାରେ ଭଂସାଲୀ ପ୍ରଡକ୍ସନ ସିଇଓ ପ୍ରେରଣା ସିଂ ସ୍ପଷ୍ଟ କରିଛନ୍ତି ଯେ, ସଲମାନ ଖାନ ଏବଂ ସଂଜୟ ଲୀଲା ଭଂସାଲୀ ୧୯ ବର୍ଷ ପରେ ଏକା ସହିତ କାମ କରିବେ । ଏହି ଫିଲ୍ମର କାହଣୀ ଲଭଷ୍ଟୋରୀ ଉପରେ ଆଧାରିତ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଭଂସାଲୀ ସଲମାନଙ୍କ ସହିତ ଏହି ବିଷୟରେ ଆଲୋଚନା କରିସାରିଛନ୍ତି । ଅନେକ ଦିନରୁ ଭଲ ସ୍କ୍ରିପ୍ଟ ଉପରେ ଭଂସାଲୀ କାମ କରୁଥିଲେ । ଏବେ ତାହା ଫାଇନାଲ ହୋଇସାରିଛି । ଅନ୍ୟପକ୍ଷରେ ଭଂସାଲୀଙ୍କ ଫିଲ୍ମରେ ସଲମାନ ଖାନଙ୍କୁ ଦେଖିବା ପାଇଁ ଦର୍ଶକ ଚାହିଁ ବସିଛନ୍ତି ।

ସଲମାନ ଖାନ ବର୍ତ୍ତମାନ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ୫ଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ । ଫିଲ୍ମ ଇଦରେ ରିଲିଜ ହେବ । ଏହା ପରେ ସେ ‘ଦବଙ୍ଗ-୩’ର ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More