Only for Entertainment

ଆଉ ଜଣେ ଷ୍ଟାର କିଡଙ୍କୁ ବଲିଉଡରେ ଲଂଚ କରିବେ ସଲମାନ, ଜାଣନ୍ତି କି ସେ କିଏ ?

zeenews
0 37

ବଲିଉଡରେ ନୂଆ ଚେହାରା ଏବଂ ନୂଆ ଟ୍ୟାଲେଣ୍ଟକୁ ସୁଯୋଗ ଦେବା ପାଇଁ ସଲମାନ ଖାନ ସବୁବେଳେ ଆଗ୍ରହୀ ଥାନ୍ତି । ସୋନାକ୍ଷୀ ସିହ୍ନା, ଅର୍ଜୁନ କପୁର, ଡେଜି ଶାହଙ୍କ ଠାରୁ ଆରମ୍ଭ କରି ଅନେକ ଲୋକଙ୍କୁ ସଲମାନ ବଲିଉଡରେ ସୁଯୋଗ ଦେଇଛନ୍ତି । ଏବେ ଏହାକୁ ନେଇ ଏକ ନୂଆ ଖୁବର ସାମ୍ନାକୁ ଆସିଛି । ଖବର ଅନୁସାରେ ସଲମାନ ନୂତନଙ୍କ ନାତୁଣୀ ପ୍ରନୂତନଙ୍କୁ ବଲିଉଡରେ ଲଂଚ କରିବାର ସୁଯୋଗ ଦେବେ ।

pranutan1

କିଛି ସମୟ ପୂର୍ବରୁ ସଲମାନ ନିଜର ବନ୍ଧୁଙ୍କ ପୁଅ ଜହୀର ଇକବାଲଙ୍କୁ ବଲିଉଡରେ ଏଣ୍ଟ୍ରି ଦେବା ପାଇଁ କହିଥିଲେ । ରିପୋର୍ଟ ଅନୁସାରେ ଜହୀର ଏବଂ ପ୍ରନୂତନ ସଲମାନ ଖାନ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ବଲିଉଡ ଫିଲ୍ମରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ନିତିନ କକ୍କର ନର୍ଦ୍ଦେଶନା ଦେବେ ।

ଏକ ଇଣ୍ଟରଭ୍ୟୁରେ ପ୍ରନୂତନ କହିଥିଲେ ମୁଁ ବଲିଉଡ ଫିଲ୍ମରେ କାମ କରିବା ପାଇଁ ଅପେକ୍ଷା କରିପାରିବି ନାହିଁ । ମୋତେ ଲାଗୁଛି ମୁଁ ପ୍ରେକ ପ୍ରୋଜେକ୍ଟରେ କାମ କରିପାରିବି । କିନ୍ତୁ ଫିଲ୍ମ ଭଲ ବ୍ୟାନର ଏବଂ ଭଲ ନିର୍ଦ୍ଦେଶନାରେ ହେବ ଦରକାର ।

pranutan_

କହିରଖୁଛୁ ଯେ ଜହୀର ଇକବାଲ, ଇକବାଲ ରତନାସୀଙ୍କ ପୁଅ ହୋଇଥିବା ବେଳେ ପ୍ରନୂତନ, ନୂତନଙ୍କ ନାତୁଣୀ ଏବଂ ମୋହନୀସ ବହଲଙ୍କ ଝିଅ । ସଲମାନ ଏବଂ ମୋହନୀସ ଏକା ସହିତ ହମ ଆପକେ ହେ କୌନ, ମେନେ ପ୍ୟାର କିଆ, ଏବଂ ହମ ସାଥ ସାଥ ହେ ପରି ଫିଲ୍ମରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More