Only for Entertainment

ଏହି ଦିନରୁ ଆରମ୍ଭ ହେବ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସୁଟିଂ

dna
25

ଦବଙ୍ଗ ଫ୍ରାଞ୍ଚାଇଜ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ଅନେକ ଦିନରରୁ ଏହି ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି । ଦବଙ୍ଗ ଖା ନଙ୍କ ଏହି ଫିଲ୍ମ କେବେ ପରଦାକୁ ଆସିବ ତାହାକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ତେବେ ଆପଣ ଯଦି ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ।

ଖବର ଅନୁସାରେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସୁଟିଂ ୧ ଏପ୍ରିଲରୁ ଆରମ୍ଭ ହେବ । ଏହା ସହିତ ଫିଲ୍ମ ଡିସେମ୍ବର ମାସରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇସାରିଛି । ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ବଏହା ପୂର୍ବରୁ ଦବଙ୍ଗର ଦୁଇଟି ଯାକ ଫିଲ୍ମରେ ସଲମାନ ଖାନ ଏବଂ ସୋନାକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ।

dabangg

କେରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୂଦେବା ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଦେବେ । କହିରଖୁଛୁ ଯେ, ଦବଙ୍ଗ -୩ରେ ଚୁଲବୁଲ ପାଣ୍ଡେଙ୍କ ଛୋଟ ବେଳର ସମୟ ଦେଖିବାକୁ ମିଳିବ । ସେଥିପାଇଁ ସଲମାନ ୫୦୦ ଛୁଆଙ୍କ ଅଡିସନ ନିଆଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଖୋଜା ଜାରି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More