Only for Entertainment

କ୍ୟାଟରୀନାଙ୍କୁ ଯିବା ଦେଖି ମାଇକରେ ସଲମାନ କହିଲେ, ତୁସି ନା’ ଯାଓ….. !

85

ସଲମାନ ଖାନ ଏବଂ କ୍ୟାଟରୀନା କୈଫଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ଅଛପା ନାହିଁ । ଯଦିଓ ଦୁହେଁ ଅଲଗା ହୋଇସାରିଛନ୍ତି ମାତ୍ର ଦୁହେଁ ଏବେ ଭଲ ବନ୍ଧୁ ଅଛନ୍ତି । ଫିଲ୍ମରେ ଏହି ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । କ୍ୟାଟ ସଲମାନଙ୍କ ସହ ସମ୍ପର୍କ ଭାଙ୍ଗି ଆଗକୁ ବଢି ସାରିଛନ୍ତି ,ମାତ୍ର ସଲମାନଙ୍କ ମନରେ ଏବେ ବି କ୍ୟାଟଙ୍କ ପାଇଁ କିଛି ଫିଲିଂ ରହିଛି , ଏକଥା ଆମେ କହୁନାହୁଁ ବରଂ ଏହା ସଲମାନ ନିଜେ କହିଛନ୍ତି ।

ଅସଲରେ ଗୁରୁବାର ମୁମ୍ବାଇରେ ୨୦ତମ ଆଇଫା ଆୱାର୍ଡର ପ୍ରେସ କନଫରେନ୍ସ ଆୟୋଜନ କରାଯାଇଥିଲା । ଏହି ସାକ୍ଷାତକାରରେ ଷ୍ଟେଜରେ ସଲମାନ , କ୍ୟାଟ ଏବଂ ମାଧୁରୀ ଉପସ୍ଥିତ ଥିଲେ ।

ଏହି ସମୟରେ ହୋଷ୍ଟ କିଛି ପ୍ରଶ୍ନ ର ଉତ୍ତର ଦେବା ପରେ କ୍ୟାଟ ସେଠାରୁ ଯିବାକୁ ବାହାରିଥିଲେ । କିନ୍ତୁ ସଲମାନ ଏହା ଦେଖି କହିଥିଲେ ‘ତୁସି ନା ଜାଓ’ । ସଲମାନଙ୍କ ଏହି କଥା ଶୁଣି କ୍ୟାଟରୀନା ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More