Only for Entertainment

ଭାଇଜାନଙ୍କୁ ମିଳିପାରିବ କି ଆଜି ବେଲ୍ ?

you tube
0 56

କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲଦଣ୍ଡ କାଟୁଥିବା ବଲିଉଡ ଅଭିନେତା ସଲମାନ ଖାନଙ୍କ ଜାମିନକୁ ନେଇ ଆଜି ଶୁଣାଣି ହେବ । ଇତିମଧ୍ୟରେ ଖବର ଆସୁଛି ଯେ ସଲମାନ ଖାନଙ୍କ ଜାମିନ ଉପରେ ନିର୍ଣ୍ଣୟ କରିବାକୁ ଥିବା ଦୁଇ ଜଜଙ୍କ ସମେତ ପ୍ରାୟ ୮୭ ଜିଲ୍ଲା ଜଜଙ୍କ ବଦଳି କରିଦିଆଯାଇଛି ।

ଏହି ଜଜମାନଙ୍କ ମଧ୍ୟରେ ସଲମାନଙ୍କ ବେଲ ଶୁଣାଣି କରିବା ଜଜ ଏବଂ ସଲମାନଙ୍କ ଜେଲଦଣ୍ଡ ଶୁଣାଇଥିବା ଜଜ୍ ମଧ୍ୟ ସାମିଲ ଅଛନ୍ତି । ଏକା ସହିତ ଦୁଇଟି ଜଜଙ୍କ ବଦଳି ହୋଇଥିବାରୁ ଶନିବାର ଦିନ ବେଲର ଶୁଣାଣି ହୋଇପାରିବ କି ନାହିଁ ତାହା ଅନିଶ୍ଚିତତାରେ ରହିଛି ।

ସୂଚନା ଅନୁସାରେ ଶୁକ୍ରବାର ବେଲର ଶୁଣାଣି କରି ଜଜ ରବିନ୍ଦ୍ର ଜୋଶୀ କୋର୍ଟର ନିର୍ଣ୍ଣୟକୁ ସଂରକ୍ଷିତ ରଖିଥିଲେ । କିନ୍ତୁ ତାଙ୍କର ବଦଳି ହୋଇଯିବାରୁ ଭାଇଜାନଙ୍କ ଜାମିନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଜଜ୍ ରବିନ୍ଦ୍ର ଜୋଶୀଙ୍କ ବଦଳରେ ଯୋଧପୁର ସେସନ୍ସ କୋର୍ଟରେ ଚନ୍ଦ୍ରକୁମାର ସୋଙ୍ଗରା ତାଙ୍କ ସ୍ଥାନ ନେବେ । ତେବେ ଦେଖାଯାଉ ସଲମାନଙ୍କୁ ଆଜି ଜାମିନ ମିଳିପାରୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More