Only for Entertainment

ମାଙ୍କଡ଼କୁ ପାଣି ପିଆଇଲେ ସଲମାନ, ରାଗରେ ମାଙ୍କଡ଼… ।

28

ଭାଇଜାନ ସଲମାନ ଖାନ ସୋସିଆଲ ଏବେ ଖୁବ ଆକ୍ଟିଭ ରହୁଛନ୍ତି । କେବେ ୱର୍କଆଉଟ କରୁଥିବା ସମୟର ଭିଡ଼ିଓ ତ କେତେବେଳେ ଭଣଜା ସହିତ ମସ୍ତୀ କରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହା ସହିତ ବିଭିନ୍ନ ଫଟୋ ମଧ୍ୟ ଶେୟାର କରୁଥିବା ନଜର ଆସିଛି । ପୁଣିଥରେ ସଲମାନଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସଲମାନଙ୍କୁ ଏକ ମାଙ୍କଡ଼ ସହିତ ମସ୍ତୀ କରୁଥିବାର ଦେଖିବାକୁ ମିଳିଛି । ସଲମାନଙ୍କ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

 

 

View this post on Instagram

 

Hamara bajrangi bhaijaan plastic ki bottle se paani nahi peeta . .

A post shared by Salman Khan (@beingsalmankhan) on


ବାସ୍ତବରେ ସଲମାନ ଖାନ ନିଜେ ପାଣି ପିଉଛନ୍ତି ଏବଂ ମାଙ୍କଡ଼କୁ ପାଣି ବୋତଲ ବଢାଉଛନ୍ତି ଏବଂ ପାଣି ପିଇବାକୁ କହୁଛନ୍ତି । କିନ୍ତୁ ମାଙ୍କଡ଼ ହାତ ବଢାଇବା ସମୟକୁ ସଲମାନ ବୋତଲ ଦେଉନାହାଁନ୍ତି । ଯାହାପରେ ମାଙ୍କଡ଼ ରାଗିଗଲା ଏବଂ ସଲମାନଙ୍କୁ ଡରାଇଦେଲା । କିନ୍ତୁ ଏହାପରେ ଆଉ ଏକ ସୁନ୍ଦର ଦୃଶ୍ୟ ମଧ୍ୟ ସେଥିରେ ନଜର ଆସିଛି ।

ସଲମାନ ଏକ ପାତ୍ରକୁ ହାତରେ ଧରି ମାଙ୍କଡ଼କୁ ପାଣି ପିଆଉଛନ୍ତି ଏବଂ ମାଙ୍କଡ଼ ମଧ୍ୟ ପାଣି ପିଉଛି । କହରଖୁଛୁ ଦର୍ଶକଙ୍କୁ ମାଙ୍କଡ଼ ଏବଂ ସଲମାନଙ୍କ ଏହି ଆଡୋରେବଲ କେମେଷ୍ଟ୍ରି ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More