Only for Entertainment

ବର୍ଥଡେ ସ୍ପେଶାଲ:ଜୁହି ଚାୱଲାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ସଲମାନ, ଅଭିନେତ୍ରୀଙ୍କ ବାପା ବିବାହ ପାଇଁ କରିଦେଇଥିଲେ ମନା !

20

ଅଭିନେତ୍ରୀ ଜୁହି ଚାୱଲା ୧୩ନଭେମ୍ବର ଅର୍ଥାତ ଆଜିର ଦିନରେ ଜନ୍ମ ହୋଇଥିଲେ । ଚଳିତ ବର୍ଷ ସେ ୫୨ବର୍ଷରେ ପାଦ ରଖିଛନ୍ତି । ଜୁହିଙ୍କ ଜନ୍ମ ୧୩ନଭେମ୍ବର ୧୯୬୭ରେ ହୋଇଥିଲା । ତାଙ୍କର ବାପା ଏସ. ଚାୱଲା ଜଣେ ଡାକ୍ତର ଥିଲେ । ଜୁହି ନିଜ ପ୍ରାଥମିକ ଶିକ୍ଷା ପଂଜାବର ଲୁଧିଆନାରୁ ଆରମ୍ଭ କରିଥିଲେ । ଏହାପରେ ସେ ମୁମ୍ବାଇସ୍ଥିତ ସିଦେ୍ଧନମ କଲେଜରେ ପୂରା କରିଥିଲେ । ୧୯୮୪ରେ ଜୁହି ଚାୱଲା ‘ମିସ ଇଣ୍ଡିଆ’ପାଇଁ ଚୟନ ହୋଇଥିଲେ । ଏହାପରେ ଜୁହି ଫିଲ୍ମମୁହାଁ ହୋଇଥିଲେ । ତାଙ୍କର ପ୍ରଥମ ହିଟ ଫିଲ୍ମ ରହିଥିଲା କୟାମତ ସେ କୟାମତ ତକ । ଏହି ଫିଲ୍ମ ପରେ ଜୁହି ଖୁବ ଫେମସ ହୋଇଯାଇଥିଲେ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସଲମାନଙ୍କ ସହ ଜଡିତ ଏକ ଖବର, ଯାହା ବିଷୟରେ ଆପଣଙ୍କୁ ହୁଏତ ଜଣା ଥିବ । ଜୁହି ସଲମାନଙ୍କ ସହ କାମ କରିଛନ୍ତି କିନ୍ତୁ କେବେ ଦୁହିଁଙ୍କ ପ୍ରେମ ସମ୍ପର୍କ ଖବର ସାମ୍ନାକୁ ଆସିନଥିଲା । ସଲମାନ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହିକାରଣରୁ ସେ ଜୁହିଙ୍କ ବାପାଙ୍କ ପାଖକୁ ସଲମାନଙ୍କ ହାତ ମାଗିବାକୁ ଯାଇଥିଲେ । ସଲମାନ କହିଥିଲେ ଯେ ଜୁହି ବହୁତ ସ୍ୱିଟ ଏବଂ ସୁନ୍ଦର ଅଟନ୍ତି । ଏହିକାରଣରୁ ସେ ଜୁହିଙ୍କ ବାପାଙ୍କୁ ଜୁହିଙ୍କ ସମ୍ପର୍କରେ କହି ବିବାହ କରିବାକୁ ଚାହୁଁଛନ୍ତି କହିଥିଲେ । କିନ୍ତୁ ଜୁହିଙ୍କ ବାପା ସିଧାସଳଖ ମନା କରିଦେଇଥିଲେ । କେଜାଣି ତାଙ୍କୁ କଣ ଦରକାର ଥିଲା ବୋଲି କହିଥିଲେ ସଲମାନ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜୁହି କ୍ୟାରିଅର ଆରମ୍ଭ ବେଳେ ହିଁ ବ୍ୟବସାୟୀ ଜୟ ମେହେତାଙ୍କୁ ବିବାହ କରିନେଇଥିଲେ । ଜୟ ମେହେତାଙ୍କ ସହ ଜୁହିଙ୍କ ପ୍ରଥମ ଦେଖା ସାଉଥଆଫ୍ରିକାରେ ହୋଇଥିଲା । ଖବର ମୁତାବକ ନିର୍ଦ୍ଦେଶକ ରାକେଶ ରୋଶନ ଏମାନଙ୍କୁ ଭେଟ କରାଇଥିଲେ । ବିମାନ ଦୁର୍ଘଟଣାରେ ଜୟଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ବନ୍ଧୁଙ୍କ ଭଳି ଜୁହି ଜୟଙ୍କ ଧ୍ୟାନ ରଖୁଥିଲେ । ତେବେ କିଛି ଦିନ ପରେ ୧୯୯୫ରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ଜୁହି ତାଙ୍କ ସ୍ୱାମୀଙ୍କ ଠାରୁ ୭ବର୍ଷ ସାନ ଅଟନ୍ତି । ଜୁହି ନିଜ କ୍ୟାରିଅର ପାଇଁ ବିବାହ ଖବର ୨ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ଗର୍ଭଧାରଣ ପରେ ସେ ଏହି ଖବରର ଖୁଲାସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More