Only for Entertainment

ଟ୍ୟୁବଲାଇଟର ସୁଟିଂ ପାଇଁ ସଲମାନ ଖାନ ଗଣେଶ ପୁଜାରେ ହୋଇ ପାରି ନଥିଲେ ସାମିଲ, ଫ୍ଲପ ହେବାରୁ ଆସିଲା ଏହି ଭୟ !

Pinkvilla
0 40

ସଲମାନ ଖାନ ପ୍ରତି ବର୍ଷ ସମ୍ପୂର୍ଣ ଶ୍ରଦ୍ଧାର ସହ କରିଥାଆନ୍ତି ଗଣେଷ ପୂଜା । ପୂର୍ବ ବର୍ଷ ସେ ଅବୁଧାବୀରୁ ଗଣେଷ ପୂଜା ପାଇଁ କେବଳ ଖାସ ମୁମ୍ବାଇ ଆସିଥିଲେ । ସେହି ସମୟରେ ସେ ଟାଇଗର ଜିନ୍ଦା ହେ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ, ମାତ୍ର କିଛି ଦିନ ପାଇଁ ବ୍ରେକ ନେଇ ସେ ଘରକୁ ଆସିଥିଲେ । ଗଣେଷ ଚତୁର୍ଥୀ ସମୟରେ ତାଙ୍କ ପୂରା ପରିବାର ଏକାସହ ଥାଆନ୍ତି । ଏହିକାରଣରୁ ସଲମାନ ତାଙ୍କ ସିଡ୍ୟୁଲ କିଛି ଏଭଳି ପ୍ରସ୍ତୁତ କରିଛନ୍ତି ଯେ ଏହି ଉତ୍ସବ ସମସ୍ତଙ୍କ ସହ ସେଲିବ୍ରେଟ କରି ସେ ସୁଟିଂ ଆରମ୍ଭ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଖାନ ବିଗବସ ୨କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ବିବାଦିତ ରିଆଲିଟି ଶୋ’ ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି । ଏହାପରେ ସଲମାନ ଖାନଙ୍କୁ ଭାରତ ଫିଲ୍ମର ସୁଟିଂ ପୂରା କରିବାର ଅଛି । ଯାହାର ଅଲଗା ସିଡ୍ୟୁଲ ଅବୁଧାବୀରେ ରଖାଯାଇଛି । ଏହାମଧ୍ୟରେ ଖବର ଶୁଣିବାକୁ ମିଳିିଛି ଯେ କ୍ୟାଟ୍ରିନା କୈଫ ମଧ୍ୟ ତାଙ୍କ ସହ ଗଣେଶ ଚତୁର୍ଥୀ ପାଳନ କରିବେ ।

 

View this post on Instagram

 

New photoshoot of #SalmanKhan for #SplashFashions! ?

A post shared by Salman Khan (@salmankhanfanclub) on

ଯଦିଓ ପ୍ରତିବର୍ଷ ସଲମାନଙ୍କ ଘରେ ଗଣେଶ ଚତୁର୍ଥା ପାଳନ କରାଯାଇଥାଏ ମାତ୍ର ୧୪ବର୍ଷର ରେକର୍ଡ ଭାଙ୍ଗି ପୁର୍ବ ବର୍ଷ ଅର୍ପିତା ଖାନ ଶର୍ମାଙ୍କ ଘରେ ଗଣେଶଙ୍କ ସ୍ଥାପନା କରାଯାଇଥିଲା । ପୁରା ପରିବାର ଅର୍ପିତାଙ୍କ ଘରେ ଜମା ହୋଇଥିଲେ ଏବଂ ଧୂମଧାମରେ ପୂଜା କରିଥିଲେ ।

ଏବେ ଠାରୁ ସଲମାନ କେବେ ଗଣେଶ ପୂଜା ମିସ କରିବେ ନାହିଁ କାରଣ ୨୦୧୬ରେ ସେ ଗଣେଶ ପୂଜାରେ ସାମିଲ ନ ହୋଇଥିବାରୁ ତାଙ୍କର ଫିଲ୍ମ ଟ୍ୟୁବଲାଇଟ ଫ୍ଲପ ହୋଇଥିଲା । ଏମିତିକି ଡିସ୍ଟ୍ରିବ୍ୟୁଟରଙ୍କୁ ଟଙ୍କା ଫେରସ୍ତ ଦେବାକୁ ପଡିଥିଲା । ଏହି କାରଣ ଏଥର ସେ ପୂଜା ଆଉ ମିସ କରିବାକୁ ଚାହାନ୍ତି ନାହିଁ । ପୂଜା ସାରି ସେ ଅନ୍ୟ ସବୁ କାମ କରିବେ ବୋଲି ସିଡ୍ୟୁଲ କରିଛନ୍ତି ।

ସେମିତିବି ଗଣେଶ ପୂଜାକୁ ଦବଙ୍ଗ ଖାନ ଖୁବ ପସନ୍ଦ ମଧ୍ୟ କରନ୍ତି କାରଣ ଏହି ପୂଜାରେ ସେ ଡ୍ୟାନ୍ସ କରନ୍ତି । ତେବେ ଆଗକୁ ଦେଖିବା ଭିଡିଓ ଆସିଲେ ଏଥର ପୂଜାରେ କିପରି ସଲମାନ ମସ୍ତି କରୁଛନ୍ତି !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More