Only for Entertainment

ବିଗ୍ ବସ୍ ସିଜିନ-୧୩ ଫାଇନାଲ ପୂର୍ବରୁ ସୋ’ ଛାଡ଼ିବେ ସଲମାନ!

28

କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍ ବସ୍ ସିଜିନ୍-୧୩ ଏବେ ଖୁବ୍ ଜୋରସୋରରେ ଆଗକୁ ବଢ଼ୁଛି। ଆରମ୍ଭରୁ ସୋ’କୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏବେ ସୋ’ର ଟିଆରପି ବଢ଼ିବାରେ ଲାଗିଛି। ଘରେ ପ୍ରତିଦିନ ହେଉଥିବା ଝଗଡ଼ା ଓ ପ୍ରତିଯୋଗୀଙ୍କ ମଧ୍ୟରେ ରୋମାନ୍ସ ସୋ’ର ଟିଆରପିକୁ ବଢ଼ାଇଛି। ତେବେ ଏ ମଧ୍ୟରେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ସୋ’ର ଉପସ୍ଥାପକ ସଲମାନ ଖାନ୍ ଅଧାରୁ ସୋ’ ଛାଡ଼ିବେ ବୋଲି ସୂଚନା ମିଳିଛି।

ଏବେ ସୋ’ର ପ୍ରଦର୍ଶନ ଭଲ ଥିବା ବେଳେ ସଲମାନଙ୍କ ସୋ’ ଛାଡ଼ିବା ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋ’ର ବିଜେତା ଘୋଷଣା କରିବା ପୂର୍ବରୁ ସଲମାନ ସୋ’ ଛାଡ଼ିବେ ବୋଲି ଜଣାପଡ଼ିଛି। ସ୍ପଟବଏର ରିପୋର୍ଟ ମୁତାବକ, ସଲମାନ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ସୋ’ ଛାଡ଼ୁଛନ୍ତି। ତେବେ ଏ ନେଇ ଚ୍ୟାନେଲ ପକ୍ଷରୁ କୌଣସି ଅଧିକାରିକ ଘୋଷଣା କରାଯାଇ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More