ଏହି ଥର ମୁନ୍ନି ନୁହେଁ ବରଂ ମୁନ୍ନା ବଦନାମ ହେବେ, ଆଉ ତାଙ୍କୁ ସାଥ୍ ଦେବେ ଏହି ପ୍ରସିଦ୍ଧ କୋରିଓଗ୍ରାଫର
ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଦବଙ୍ଗ ଥ୍ରି’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ଏହି ଫିଲ୍ମର ଦୁଇଟି ଭିଡ଼ିଓ ରିଲିଜ ହୋଇଥିଲା । ସେଥିରୁ ଗୋଟିଏ ହେଉଛି ‘ୟୁ କରକେ’ ଏବଂ ଅନ୍ୟଟି ହେଉଛି ହୁଡ ହୁଡ ଦବଙ୍ଗ ।
ଫିଲ୍ମରେ ଟ୍ରେଲରରେ ମୁନ୍ନି ନୁହେଁ ବରଂ ମୁନ୍ନା ବଦନାମ ହୁଆ ଗୀତ ଦେଖିବାକୁ ମିଳିଛି । ତେବେ ସବୁଠାରୁ ଖାସ କଥା ହେଉଛିଯେ ଗୀତରେ ସଲମାନ ଏବଂ ବରିନା ହୁସୈନଙ୍କ ବ୍ୟତୀତ ପ୍ରଭୁ ଦେବା ମଧ୍ୟ ଏହି ଗୀତରେ ନଜର ଆସିବେ । ସେ ସଲମାନଙ୍କ ସହିତ ଠୁମକା ଲଗାଉ ଥିବାର ଦେଖିବାକୁ ମିଳିବ ।
ମିଡିଆ ରିପୋର୍ଟ ଅନୁସାରେ ପ୍ରଥମେ ଏହି ଗୀତରେ କେବଳ ସଲମାନ ଏବଂ ୱରିନା ନଜର ଆସିଥାନ୍ତେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ବଦଳାଇ ଦିଆଗଲା ଏବଂ ଗୀତରେ ପ୍ରଭୁ ଦେବାଙ୍କୁ ସାମିଲ କରାଗଲା । କହିରଖୁଛୁ ଫିଲ୍ମ ୨୦ ଡିସେମ୍ବରକୁ ସିନେମା ଘରେ ରିଲିଜ ହେବ ।